Ramayana Premiere: ଲସ୍ ଆଞ୍ଜେଲସ୍ରେ ‘ରାମାୟଣ’ ଫିଲ୍ମର ପ୍ରିମିୟର, ଫିଲ୍ମରୁ ଭାରତୀୟ ମହାକାବ୍ୟର ବାର୍ତ୍ତା ଗ୍ରହଣ କରନ୍ତୁ ଦର୍ଶକ : ସାଇ ପଲ୍ଲବୀ
ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି। ଫିଲ୍ମର ପ୍ରିମିୟର ଅବସରରେ ଅଭିନେତା ରଣବୀର କପୁର, ସାଇ ପଲ୍ଲବୀ, ୟଶ ଏବଂ ନିର୍ଦ୍ଦେଶକ ନିତେଶ ତିୱାରୀ ଆମେରିକାର ଲସ୍ ଆଞ୍ଜେଲସ୍ସ୍ଥିତ ଏକାଡେମି ମ୍ୟୁଜିୟମ୍ ଅଫ୍ ମୋସନ୍ ପିକ୍ଚର୍ସରେ ଉପସ୍ଥିତ ରହିଥିଲେ।
ରେଡ୍ କାର୍ପେଟ୍ରେ ସାଇ ପଲ୍ଲବୀ ଫିଲ୍ମ ସମ୍ପର୍କରେ ନିଜର ମତ ରଖିଥିଲେ। ଭାରତୀୟ ମହାକାବ୍ୟ ‘ରାମାୟଣ’ ଉପରେ ଆଧାରିତ ଏହି ଫିଲ୍ମ ଦେଖିବା ପରେ ଦର୍ଶକ ଭାରତୀୟ ସଂସ୍କୃତି ଏବଂ ମହତ୍ତ୍ୱକୁ ବୁଝିବେ ଏବଂ ମାନେ ରଖିବେ ବୋଲିବେ ଆଶା ପ୍ରକାଶ କରିଛନ୍ତି ।
ଫିଲ୍ମର ରିଲିଜ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏଥିରେ ରଣବୀର କପୁର, ସାଇ ପଲ୍ଲବୀ ଓ ୟଶଙ୍କ ଉପସ୍ଥିତି ଦର୍ଶକଙ୍କ ଆଗ୍ରହ ବଢ଼ାଇଛି। ତେବେ ଫିଲ୍ମଟି ଦର୍ଶକଙ୍କ ଉପରେ କିପରି ପ୍ରଭାବ ପକାଇବ, ତାହା ରିଲିଜ୍ ପରେ ଜଣାପଡ଼ିବ।

