Chhattisgarh School Controversy: ସ୍କୁଲ ପିଲାଙ୍କୁ ବଣ୍ଟାଗଲା ଆସାରାମ ବାପୁଙ୍କ ଫଟୋ ଥିବା ବହି, ଅଭିଭାବକଙ୍କ ତୀବ୍ର ବିରୋଧ
ଛତିଶଗଡ଼: ଛତିଶଗଡ଼ର ବଳରାମପୁର ଜିଲ୍ଲା ରଘୁନାଥ ନଗରସ୍ଥିତ ସ୍ୱାମୀ ଆତ୍ମାନନ୍ଦ ସ୍କୁଲରେ ଆସାରାମ ବାପୁଙ୍କ ଫଟୋ ଥିବା ‘ସଂସ୍କାର ସରିତା’ ପୁସ୍ତକ ପିଲାମାନଙ୍କୁ ବଣ୍ଟନ କରାଯିବାକୁ ନେଇ ବିବାଦ ଦେଖାଦେଇଛି। ଏହି ବହି ବଣ୍ଟନକୁ ନେଇ ଅଭିଭାବକମାନେ ଆପତ୍ତି ଉଠାଇଛନ୍ତି। ସେମାନଙ୍କ ଅଭିଯୋଗ, ଏହା ଶିକ୍ଷାମୂଳକ ପୁସ୍ତକ ବଦଳରେ ପ୍ରଚାର ସାମଗ୍ରୀ ଭଳି ମନେ ହେଉଛି।
ଏହି ଘଟଣାକୁ ନେଇ ଅଭିଭାବକମାନେ ସ୍କୁଲ ପରିଚାଳନା କମିଟି ବିରୋଧରେ ଅଭିଯୋଗ ଆଣିବା ସହ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ସ୍କୁଲରେ ଏଭଳି ପୁସ୍ତକ କେଉଁ ଆଧାରରେ ବଣ୍ଟନ କରାଗଲା, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଅନ୍ୟପଟେ, ଜିଲ୍ଲା ଶିକ୍ଷା ଅଧିକାରୀ ଏହି ଘଟଣାର ତଦନ୍ତ ରିପୋର୍ଟ ମାଗିଛନ୍ତି। ରିପୋର୍ଟ ମିଳିବା ପରେ ତଥ୍ୟ ଆଧାରରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।

