Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଟୁପଡ଼ାରୁ ନିଖୋଜ ଦୁଇ ନାବାଳକ ରାଜସ୍ଥାନ ଆଜମେରରୁ ଉଦ୍ଧାର; ପୁରୀ-ଆଜମେର ଏକ୍ସପ୍ରେସରୁ ପାଇଲା ଜିଆରପି ପୁଲିସ।

ବଲାଙ୍ଗୀର,୨୯।୧୦: ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ପୁଟୁପଡ଼ା ଗାଁରୁ ନିଖୋଜ ହୋଇଥିବା ଦୁଇ ନାବାଳକଙ୍କ ସନ୍ଧାନ ମିଳିଛି। ରାଜସ୍ଥାନର ଆଜମେର ସହରରୁ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ନାବାଳକ ଦୁଇଜଣ ପୁରୀ-ଆଜମେର ଏକ୍ସପ୍ରେସ ଟ୍ରେନରେ ଚଢ଼ି ସେଠାକୁ ଯାଇଥିଲେ । ଏନେଇ ଖବର ପାଇବା ପରେ ଜିଆରପି (GRP) ପୁଲିସ ତତ୍ପରତା ପ୍ରକାଶ କରି ଟ୍ରେନରୁ ଦୁଇ ନାବାଳକଙ୍କୁ ଉଦ୍ଧାର କରିବା ସହ ନିଜର କଡ଼ା ସୁରକ୍ଷାରେ ରଖିଛି । ବର୍ତ୍ତମାନ ପରିବାରବର୍ଗ ଏବଂ ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories