Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Ganjam Flood: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମରେ ବନ୍ୟା ସ୍ଥିତି, ଶତାଧିକ ଗାଁ ଜଳବନ୍ଦୀ; ୬୦ ହଜାରରୁ ଅଧିକ ଲୋକ ପ୍ରଭାବିତ

ଗଞ୍ଜାମ: ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ଲଗାଣ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି। ଗଞ୍ଜାମରେ ଋଷିକୁଲ୍ୟା ନଦୀ ଫୁଲିବା ସହ ଅନେକ ଗାଁର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସରକାରୀ ତଥ୍ୟ ଅନୁସାରେ, ଗଞ୍ଜାମର ୨୨ଟି ବ୍ଲକ୍‌ର ୨୯୯ଟି ଗାଁ ଏବଂ ଗଜପତିର ୭ଟି ବ୍ଲକ୍‌ର ୭୧୧ଟି ଗାଁ ବର୍ଷା ଓ ବନ୍ୟାରେ ପ୍ରଭାବିତ ହୋଇଛି। ଉଭୟ ଜିଲ୍ଲାରେ ୬୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

ଗଞ୍ଜାମର ପୁରୁଷୋତ୍ତମପୁରରେ ଋଷିକୁଲ୍ୟା ନଦୀର ଜଳସ୍ତର ବିପଦ ସଙ୍କେତଠାରୁ ଉପରେ ରହିଛି। ସୋରଡ଼ା, ସାନଖେମୁଣ୍ଡି, ଧରାକୋଟ, ପୁରୁଷୋତ୍ତମପୁର ଓ ପାତ୍ରପୁର ଅଞ୍ଚଳରେ ବନ୍ୟାଜଳ ଯୋଗୁଁ ଗାଁ ଓ ରାସ୍ତାଘାଟ ପ୍ରଭାବିତ ହୋଇଛି। ପାତ୍ରପୁରରେ ୨୪ ଘଣ୍ଟାରେ ୫୪୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ସୋରଡ଼ାରେ ୫୦୩ ମିଲିମିଟର ବର୍ଷା ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ବ୍ରହ୍ମପୁର ସମେତ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରେ ଘର ଭିତରକୁ ପାଣି ପଶିଛି।

ପ୍ରବଳ ଜଳସ୍ରୋତ ଯୋଗୁଁ କେତେକ ସ୍ଥାନରେ ଉଦ୍ଧାର କାର୍ଯ୍ୟ ମଧ୍ୟ କଷ୍ଟକର ହୋଇପଡ଼ିଛି। ଗଞ୍ଜାମରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ମୁତୟନ କରାଯାଇଛି। NDRF, ODRAF ଓ ଅଗ୍ନିଶମ ବାହିନୀର ଟିମ୍‌ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଗଞ୍ଜାମ ଓ ଗଜପତିରେ ରାସ୍ତାଘାଟ ଓ ଯୋଗାଯୋଗ ବ୍ୟବସ୍ଥା ସ୍ୱାଭାବିକ କରିବା ସହ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories