Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Ahan Shetty Sanki Movie: ଅକ୍ଟୋବର ୩୦ରୁ ଭୋପାଳରେ ଆରମ୍ଭ ହେବ ‘ସଙ୍କି’ର ସୁଟିଂ, ଆକ୍ସନ୍‌ ଅବତାରରେ ନଜର ଆସିବେ ଆହାନ୍‌

ମଧ୍ୟପ୍ରଦେଶ: ବଲିଉଡ୍‌ ଅଭିନେତା ଆହାନ୍‌ ଶେଟ୍ଟୀ ନିଜର ଆଗାମୀ ଫିଲ୍ମ ‘ସଙ୍କି’ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଅକ୍ଟୋବର ୩୦ରୁ ମଧ୍ୟପ୍ରଦେଶର ଭୋପାଳରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ। ଫିଲ୍ମଟିକୁ ‘ରୁସ୍ତମ୍‌’ ଓ ‘ମିଶନ୍‌ ରାଣୀଗଞ୍ଜ’ ଭଳି ଫିଲ୍ମର ନିର୍ଦ୍ଦେଶକ ଟିନୁ ସୁରେଶ ଦେଶାଇ ନିର୍ଦ୍ଦେଶନା ଦେଉଛନ୍ତି।

ଜ୍ଞାନେନ୍ଦ୍ର ବାସୁଦେବ ଏହି ଆକ୍ସନ୍‌ ଡ୍ରାମାର କାହାଣୀ ଲେଖିଛନ୍ତି। ପ୍ରେମ, ଭାବନା ଓ ରୋମାଞ୍ଚକର ଆକ୍ସନ୍‌ର ମିଶ୍ରଣ ଏହି ଫିଲ୍ମର ମୁଖ୍ୟ ଆକର୍ଷଣ ରହିବ। ଫିଲ୍ମରେ ଅହାନ୍‌ଙ୍କୁ ଏକ ନୂଆ ଆକ୍ସନ୍‌ ଅବତାରରେ ଦେଖିବାକୁ ମିଳିବ।

ସୁଟିଂ ଆରମ୍ଭ ହେବାକୁ ଥିବାରୁ ଆହାନ୍‌ଙ୍କ ନୂଆ ପ୍ରୋଜେକ୍ଟକୁ ନେଇ ଫିଲ୍ମପ୍ରେମୀଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି। ତେବେ ଫିଲ୍ମରେ ଅନ୍ୟ କେଉଁ କଳାକାର ଅଭିନୟ କରିବେ ଏବଂ ଏହାର ରିଲିଜ୍‌ ତାରିଖ କେବେ ରହିବ, ସେ ସମ୍ପର୍କରେ ଏଯାଏଁ ସବିଶେଷ ସୂଚନା ମିଳିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories