Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Binance Cyberattack: ସନ୍ଦିଗ୍ଧ ସାଇବର ଆକ୍ରମଣ ପରେ ୩ ବିଲିୟନ ଡଲାରର କ୍ରିପ୍ଟୋ ଫ୍ରିଜ୍‌, କମ୍ପାନୀ ପକ୍ଷରୁ ବନ୍ଦ ହୋଇଛି ‘ଜମା ଓ ଉଠାଣ ସେବା’

ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ୍‌ Binanceରେ ସନ୍ଦିଗ୍ଧ ସାଇବର ଆକ୍ରମଣକୁ ନେଇ ତଦନ୍ତ ଚାଲିଛି। ଏହି ସୁରକ୍ଷା ଘଟଣାରେ ପ୍ରାୟ ୬.୩ ବିଲିୟନ ଡଲାରର ଡିଜିଟାଲ୍‌ ସମ୍ପତ୍ତି ପ୍ରଭାବିତ ହୋଇଥିବା ଆକଳନ କରିଛି କମ୍ପାନୀ। ଏହା ମଧ୍ୟରୁ ପ୍ରାୟ ୩ ବିଲିୟନ ଡଲାରର ସମ୍ପତ୍ତି ଫ୍ରିଜ୍‌ କରାଯାଇଛି। ସୁରକ୍ଷା ଯାଞ୍ଚ ଓ ପ୍ରଭାବିତ ସମ୍ପତ୍ତିକୁ ଟ୍ରାକ୍‌ କରିବା ପାଇଁ Binance ସାମୟିକ ଭାବେ ଜମା ଓ ଉଠାଣ ସେବା ବନ୍ଦ କରିଛି। କମ୍ପାନୀ ପକ୍ଷରୁ ଗ୍ରାହକଙ୍କ ଅର୍ଥ ସୁରକ୍ଷିତ ଥିବା ଏବଂ ହ୍ୟାକିଂ ଯୋଗୁଁ ହୋଇଥିବା କ୍ଷତିର ଭରଣା କରାଯିବ ବୋଲି କୁହାଯାଇଛି।

ଏହି ଘଟଣା ସହ ଜଡ଼ିତ ଡିଜିଟାଲ୍‌ ସମ୍ପତ୍ତିକୁ ରୋକିବା ପାଇଁ ଷ୍ଟେବଲ୍‌କଏନ୍‌ ପ୍ରଦାନକାରୀ କମ୍ପାନୀ Tether ଓ Circle ମଧ୍ୟ ପଦକ୍ଷେପ ନେଇଛନ୍ତି। Reuters ରିପୋର୍ଟ ଅନୁସାରେ, ଉଭୟ କମ୍ପାନୀ ମିଶି ୨.୩୮ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଷ୍ଟେବଲ୍‌କଏନ୍‌ ଫ୍ରିଜ୍‌ କରିଛନ୍ତି। ପ୍ରାରମ୍ଭିକ ତଦନ୍ତରେ ଜଣେ ଇଞ୍ଜିନିୟରଙ୍କ ଲାପଟପ୍‌ ହ୍ୟାକ୍‌ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ସୃଷ୍ଟି ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ଘଟଣାର ସମ୍ପୂର୍ଣ୍ଣ କାରଣ ଓ ପ୍ରକୃତ କ୍ଷତିର ପରିମାଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଏହି ଖବର ପରେ କ୍ରିପ୍ଟୋ ବଜାରରେ ମଧ୍ୟ ହ୍ରାସ ଦେଖାଦେଇଛି। ବିଟ୍‌କଏନ୍‌ ମୂଲ୍ୟ ପ୍ରାୟ ୨ ପ୍ରତିଶତ ଖସି ୭୭,୬୪୬ ଡଲାରରେ ପହଞ୍ଚିଥିବା ବେଳେ ଇଥେରିୟମ୍‌ ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ସେହିପରି BNBର ମୂଲ୍ୟ ୨୪ ଘଣ୍ଟା ମଧ୍ୟରେ ୮ ପ୍ରତିଶତରୁ ଅଧିକ କମିଥିବା ରିପୋର୍ଟ ହୋଇଛି। ଏହି ଘଟଣା ପରେ କ୍ରିପ୍ଟୋ ଏକ୍ସଚେଞ୍ଜ୍‌ଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନ ଉଠିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories