Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଥମେ ନିର୍ମାଣ କଲେ ଟିପୁ ସୁଲତାନଙ୍କ ସ୍ମାରକ, ପୁଣି ନିଜେ ଚଲାଇଲେ ବୁଲଡୋଜର

ଧୁଲେ: ପ୍ରଥମେ ନିଜେ ସ୍ମାରକ ନିର୍ମାଣ କଲେ। ପୁଣି ନିଜେ ବୁଲଡୋଜର ଲଗାଇ ଭାଙ୍ଗିଲେ। ଏମିତି ବିଚିତ୍ର ଦୃଶ୍ୟ ମହାରାଷ୍ଟ୍ରର ଧୁଲେରେ ଦେଖିବାକୁ ମିଳିଛି। ଟିପୁ ସୁଲତାନଙ୍କ ଅବୈଧ୍ୟ ସ୍ମାରକକୁ ସରକାରଙ୍କ ଆଦେଶକ୍ରମେ ପ୍ରଶାସନ ଭାଙ୍ଗିବା ପୂର୍ବରୁ ଖୋଦ୍ ବିଧାୟକ ଏହାକୁ ଭାଙ୍ଗି ଦେଇଛି। ପୋଲିସ କହିଛି, ପ୍ରଶାସନ ବୁଲଡର ଲଗାଇ ସ୍ମାରକକୁ ଭାଙ୍ଗିବା ପୂର୍ବରୁ ଅଲଇଣ୍ଡିଆ ମଜଲିସ୍ ଏ ଇତିହାଦୁଲ ମୁସିଲମିନ(ଏଆଇଏମଆଇଏମ)ର ସ୍ଥାନୀୟ ବିଧାୟକ ଫାରୁକ ଅନଓ୍ଵର ଶାହା ବୁଲଡୋଜର ଲଗାଇ ସ୍ମାରକ ଭାଙ୍ଗିଛନ୍ତି। ସେ ୧୦୦ ଫୁଟ୍ ଚଉଡ଼ା ରାସ୍ତାରେ ଠିକ୍ ମଝିରେ ଏହାର ନିର୍ମାଣ କରିଥିଲେ।

ଭାରତୀୟ ଜନତା ଯୁବ ମୋର୍ଚ୍ଚାର ଧୁଲେ ଶାଖା ଏହି ସଂପର୍କରେ ଗୃହ ମନ୍ତ୍ରୀ ଏବଂ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବିସଙ୍କୁ ଚିଠି ଲେଖିଥିଲେ। ଚିଠିର କପି ସ୍ଥାନୀୟ ଏସପି ଏବଂ ନଗର ନିଗମର କମିଶନରଙ୍କୁ ଦିଆଯାଇଥିଲା। ଚିଠିରେ ଅଭିଯୋଗ ହୋଇଥିଲା ଯେ, ଧୁଲେ ସହରରେ ନଗର ନିଗମ ଦ୍ଵାରା ଡି-ସାର୍ଟରୁ ବାଇପାସ୍ ହାଇଓ୍ଵେ ପର୍ଯ୍ୟନ୍ତ ୧୦୦ ଫୁଟର ଅବୈଧ୍ୟ ସ୍ମାରକ ନିର୍ମାଣ କରାଯାଇଛି। ଫଳରେ ସଡ଼କରେ ଟ୍ରାଫିକ ସମସ୍ୟା ଉପୁଜିଛି।

ଘଟଣାରେ ଏସପି ସଞ୍ଜୟ ବରକୁଣ୍ଡ କହିଛନ୍ତି, ଏଆଇଏମଆଇଏମ ବିଧାୟକ ଫାରୁକ ଶାହ ଠିକାଦାର ଏବଂ ଶ୍ରମିକଙ୍କ ଜରିଆରେ ଟିପୁ ସୁଲତାନଙ୍କ ଅବୈଧ୍ୟ ସ୍ମାରକକୁ ନିଜେ ହଟାଇଛନ୍ତି। ଏଆଇଏମଆଇଏମ ବିଧାୟକଙ୍କ ଟିପୁ ସୁଲତାନଙ୍କ ଅବୈଧ୍ୟ ସଂପର୍କକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢିବାରେ ଲାଗିଥିଲା। କାରଣ ସେଠାରେ ଟ୍ରାଫିକ ସମସ୍ୟା ଉପୁଜିପାରେ ଲାଗିଥିଲା। ତେଣୁ ସ୍ଥିତି ବିଗିଡ଼ିବା ପୂର୍ବରୁ ଖୋଦ୍ ବିଧାୟକ ପ୍ରଶାସନ ଆସିବା ଆଗରୁ ନିଜେ ସ୍ମାରକ ଉପରେ ବୁଲଡୋଜର ଚଲାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ