ମିଛ ପ୍ରତିଶ୍ରୁତି ର ସରକାର ବିଜେପି, ପଞ୍ଚାୟତ ନିର୍ବାଚନ ରେ ଜନ ସାଧାରଣ ଜବାବ ଦେବେ,ବିଜେଡି ଜନ ସମ୍ପକ ଯାତ୍ରା ରେ ବିରୋଧୀ ଙ୍କୁ ଟାର୍ଗେଟ କଲେ ନେତୃବୃନ୍ଦ।
କଳାହାଣ୍ଡି,୩୦/୧୦
କଳାହାଣ୍ଡି ବିଜୁ ଜନତା ଦଳ ପକ୍ଷରୁ ଶୁକ୍ରବାର କୋକସରା ବ୍ଲକ ସଦର ମହକୁମା ଠାରେ ଜନ ସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ କଲେଜ ଛକ ରୁ କୋକସରା ଧାନ ମଣ୍ଡି ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୋକସରା ବସଷ୍ଟାଣ୍ଡ ନିକଟରେ ଆୟୋଜିତ ଜନ ସମ୍ପର୍କ ପଦଯାତ୍ରା ସଭା କାର୍ଯ୍ୟକ୍ରମ ରେ ପୂର୍ବତନ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଙ୍କ ଅଧ୍ୟକ୍ଷତା ରେ ବିଜେଡି ଜିଲ୍ଲା ସଭାପତି ତଥା ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି,ମୁଖ୍ୟ ବକ୍ତା ଭାବେ ପୂର୍ବତନ ଧର୍ମଗଡ଼ ବିଧାୟକ ମୌଶଧି ବାଗ, ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ସମ୍ପାଦକ ରାଜୀବ କୁମାର ଅଗ୍ରୱାଲ, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଜିଲ୍ଲା ଛାତ୍ର ଜନତା ଦଳ ସଭାପତି ଅବିନାଶ ଠାକୁର, ବରିଷ୍ଠ ବିଜେଡି ନେତା ଥବିର ପ୍ରସାଦ ସାହୁ, ଧର୍ମଗଡ଼ ବ୍ଲକ ସାଧାରଣ ସମ୍ପାଦକ ଗୌରଚନ୍ଦ୍ର ବାଗ,ଦୁର୍ଗା ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ମନୀନ୍ଦ୍ର ମହାନ୍ତି, ଧର୍ମେନ୍ଦ୍ର ନାଏକ, ରାଜ୍ୟ ଉପ ସଭାପତି ମନ୍ତୁ ନାଏକ, ଧବଳେଶ୍ବର ନାଗ, ଧର୍ମଗଡ଼ ବିଜେଡି ସଭାପତି ଡାକେଶ୍ୱର ଲହଜଳ, ପ୍ରଶାନ୍ତ ତିୱ।ରି,ବ୍ଲକ ବିଜେଡି ଉପ ସଭାପତି ପଙ୍କଜ ମୁଖ ଚୌଧୁରୀ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ତ୍ରିନାଥ ବାଗ, ଜିଲ୍ଲା ସମ୍ପାଦକ ରାଜେନ୍ଦ୍ର ନାଏକ,ବ୍ଲକ ସମ୍ପାଦକ ପଞ୍ଚକ ପୋଢ଼,ଜିଲ୍ଲା ସଭାନେତ୍ରୀ ସବିତା ପ୍ରଧାନ, କଲ୍ୟାଣି ନାଏକ,ପୂର୍ବତନ ପୋୖରାଧକ୍ଷ୍ୟା ଭବାନୀପାଟଣା, ସଂଯୁକ୍ତା ବେହେରା, ବ୍ଲକ ବିଜେଡି ସଭାନେତ୍ରୀ ରୁକ୍ମଣୀ ବାଣୁଆ ସମେତ ଧର୍ମଗଡ଼ ଉପଖଣ୍ଡ ର ପ୍ରମୁଖ କର୍ମକର୍ତ୍ତା ଓ ବ୍ଲକ ର ନେତୃବୃନ୍ଦ ଉପସ୍ଥିତ ରହି ବିଜେପି ସରକାର ଙ୍କ ରାଜ୍ୟ ଜନତା ଙ୍କୁ ଦେଇଥିବା ପ୍ରତିଶ୍ରୁତି କେବଳ ଫମ୍ପା ମାଠିଆ ସଦୃଶ୍ୟ, ନିର୍ବାଚନ ସମୟରେ ବିଜେପି ଦେଇଥିବା ସବୁ ପ୍ରତିଶ୍ରୁତି ଧୂଆଁବାଣ ଆଜି ଖାଉଟି ବଜାର ରେ ଦରଦାମ ନିୟନ୍ତ୍ରଣ ବାହାରେ,ଚାଷି ଆଜି କାନ୍ଦୁଛି, ଆୟୁଷ୍ମାନ ସ୍ୱାସ୍ଥ୍ୟବୀମା ନାଁ ରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ମିଳୁନାହିଁ ଯାହା ବିଜେଡି ସରକାର ସମୟରେ ଲୋକେ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ସହଜ ରେ ପାଉଥିଲେ ବୋଳି ଅଭିଯୋଗ ସହ ଆସନ୍ତା ପଞ୍ଚାୟତ ନିର୍ବାଚନ ରେ ଓଡିଶା ର ଜନ ନାୟକ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଜନ ସାଧାରଣ ଉଚିତ ଜବାବ ଦେବେ ବୋଲି ମଞ୍ଚ ରେ ଉପସ୍ଥିତ ବିଜେଡି ର ନେତୃବୃନ୍ଦ ରାଜ୍ୟ ବିଜେପି ସରକାର ଉପରେ ବର୍ଷିଥିଲେ। ଜନ ସମ୍ପର୍କ ପଦଜ କାର୍ଯ୍ୟକ୍ରମ କୁ ପରିଚାଳନା ରେ କୋକସରା ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା,ବାବୁ ସାହୁ,ପ୍ରମୋଦ ଦାସ,ରମେଶ ଦୁର୍ଗା,ଜିତେନ୍ଦ୍ର ମାଝୀ, ଈଶ୍ୱରଲାଲ ଅଗ୍ରୱାଲ, ରବି ନାରାୟଣ ଦାସ, ମନୋରଞ୍ଜନ ବାଣୁଆ,ଭକ୍ତି ପୋଢ଼,ଅଶୋକ ପୁଝାରି, ବିଶ୍ୱନାଥ ପଟ୍ଟନାୟକ,ଅଜୟ ସାହୁ,ବିପ୍ର ପଟେଲ, ମନୁରାମ ପଟେଲ, ନରେନ୍ଦ୍ର ଧଙ୍ଗଡା ମାଝୀ,ଗୁପ୍ତେଶ୍ଵର ବାଗ,ହେମନ୍ତ ବାଣୁଆ, କ୍ଷୀରସିନ୍ଧୁ ହଂସ ସମେତ ୨୨ ପଂଚାୟତ ରୁ ଶତାଧିକ ବିଜେଡି କର୍ମୀମାନେ ଉପସ୍ଥିତ ରହି ଜନ ସମ୍ପର୍କ ପଦଯାତ୍ରା ରେ ଅଂଶଗ୍ରହଣ କରିଥିଲେ।

