Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Pune Woman Death Case: ପୁଣେ ସ୍ଥିତ ଭଡ଼ା ଫ୍ଲାଟ୍‌ରୁ ମିଳିଲା ୩୪ ବର୍ଷୀୟ ମହିଳାଙ୍କ ମୃତଦେହ, Zomato ଅର୍ଡରରୁ ମିଳିଲା ଠିକଣା

ମହାରାଷ୍ଟ୍ର: ମହାରାଷ୍ଟ୍ରର ପୁଣେର ଗହୁଞ୍ଜେ ଅଞ୍ଚଳସ୍ଥିତ ଲୋଢା ବେଲମଣ୍ଡୋ ସୋସାଇଟିର ଏକ ଭଡ଼ା ଫ୍ଲାଟ୍‌ରୁ ୩୪ ବର୍ଷୀୟ ମୁଗ୍ଧା ଅବିନାଶ ଦେଶମୁଖଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହଟି ପଚି ଯାଇଥିବା ଅବସ୍ଥାରେ ମିଳିଥିବା ପୋଲିସ ସୂଚନାରୁ ଜଣାପଡ଼ିଛି। ପରିବାର ଲୋକେ ମୁଗ୍ଧା ଲଣ୍ଡନରେ MBA ପଢ଼ୁଥିବା ଭାବିଥିଲେ। କିନ୍ତୁ ଲଣ୍ଡନ ପୋଲିସଠାରୁ ସୂଚନା ମିଳିବା ପରେ ସେ ଅଗଷ୍ଟ ମାସରେ ବ୍ରିଟେନ୍‌ ଛାଡ଼ି ଭାରତ ଫେରିଥିବା ଏବଂ ପୁଣେରେ ରହୁଥିବା କଥା ପରିବାର ଜାଣିବାକୁ ପାଇଥିଲେ।

ମୁଗ୍ଧାଙ୍କ ସହ ଯୋଗାଯୋଗ ହୋଇନପାରିବାରୁ ପରିବାର ଲୋକେ ତାଙ୍କ ବ୍ୟାଙ୍କ କାରବାର ଯାଞ୍ଚ କରିଥିଲେ। ଏଥିରୁ ଭାରତରେ ଟଙ୍କା ଦେଣନେଣ ହୋଇଥିବା ଜଣାପଡ଼ିଥିଲା। ପରେ ପୋଲିସ ତାଙ୍କ Zomato ଅର୍ଡର ଇତିହାସ ଯାଞ୍ଚ କରି ଠିକଣା ଠାବ କରିଥିଲା। ଏହାପରେ ସମ୍ପୃକ୍ତ ଫ୍ଲାଟ୍‌ରେ ପହଞ୍ଚି ମୃତଦେହ ଉଦ୍ଧାର କରାଯାଇଥିଲା। ମୁଗ୍ଧା ଏପ୍ରିଲ୍‌ ମାସରେ ଫ୍ଲାଟ୍‌ଟି ଭଡ଼ା ନେଇଥିବା ଏବଂ ଅନଲାଇନ୍‌ରେ MBA ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିବା ସୂଚନା ମିଳିଛି।

ସେ ପରିବାରକୁ ନଜଣାଇ ଲଣ୍ଡନରୁ ଭାରତ କାହିଁକି ଫେରିଥିଲେ ଏବଂ ତାଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା, ସେନେଇ ପୋଲିସ ତଦନ୍ତ କରୁଛି। ଏଯାଏଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ତଦନ୍ତ ପରେ ହିଁ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories