Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

UP Election 2027: ଉତ୍ତରପ୍ରଦେଶରେ ୩୨୫ରୁ ୩୫୦ ଆସନ ଜିତିବାକୁ ବିଜେପିର ଲକ୍ଷ୍ୟ, ଅମିତ ଶାହଙ୍କ ଉପସ୍ଥିତିରେ ରଣନୀତି ପ୍ରସ୍ତୁତ

ଉତ୍ତରପ୍ରଦେଶ: ଆଗକୁ ରହିଛି ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ | ଏନେଇ ବିଜେପି ନିଜର ପ୍ରସ୍ତୁତି ଆରମ୍ଭ କରିଛି। ଶୁକ୍ରବାର ଲକ୍ଷ୍ନୌସ୍ଥିତ ଡକ୍ଟର ରାମ ମନୋହର ଲୋହିଆ ନ୍ୟାସନାଲ ଲ’ ୟୁନିଭର୍ସିଟିରେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବୈଠକରେ ୨୦୨୭ ନିର୍ବାଚନରେ ପ୍ରାୟ ୩୨୫ରୁ ୩୫୦ଟି ଆସନ ଜିତିବାକୁ ଦଳୀୟ ନେତାମାନେ ଲକ୍ଷ୍ୟ ରଖିଥିବା ନେଇ ଆଲୋଚନା ହେଉଛି । ରାଜ୍ୟ ବିଜେପି ସଭାପତି ପଙ୍କଜ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହା ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ବ୍ରଜେଶ ପାଠକଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ବୈଠକରେ କେଶବ ପ୍ରସାଦ ମୌର୍ଯ୍ୟ ରାଜନୈତିକ ପ୍ରସ୍ତାବ ଆଗତ କରି ୨୦୧୭ର ନିର୍ବାଚନୀ ସଫଳତାକୁ ୨୦୨୭ରେ ପୁଣି ଦୋହରାଇବାକୁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ବ୍ୟକ୍ତିଗତ ଆଶା ଓ ମତଭେଦକୁ ପଛରେ ପକାଇ ପ୍ରତ୍ୟେକ ବିଧାନସଭା ଆସନରେ ଦଳର ବିଜୟ ପାଇଁ କାମ କରିବାକୁ ସେ କହିଥିଲେ। ସାଂସଦ, ବିଧାୟକ, ଜନପ୍ରତିନିଧି ଓ ସଂଗଠନର କର୍ମକର୍ତ୍ତାଙ୍କ ମଧ୍ୟରେ ସମନ୍ୱୟ ସହ ବୁଥ୍‌ ସ୍ତରରେ ସଂଗଠନକୁ ମଜଭୁତ କରିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ। ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ପ୍ରସ୍ତାବକୁ ସମର୍ଥନ କରି ୨୦୧୭ ପରଠାରୁ ଉତ୍ତରପ୍ରଦେଶରେ ଆଇନଶୃଙ୍ଖଳା, ଭିତ୍ତିଭୂମି, ଶିଳ୍ପ ନିବେଶ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପରିବର୍ତ୍ତନ ହୋଇଥିବା ଦାବି କରିଥିଲେ। ସେ ୨୦୨୭ରେ ୩୩୭ଟି ଆସନ ଜିତିବାର ଆଶା ମଧ୍ୟ ପ୍ରକାଶ କରିଥିଲେ।

ବୈଠକରେ ମୌର୍ଯ୍ୟ ସମାଜବାଦୀ ପାର୍ଟିକୁ ପରିବାରକେନ୍ଦ୍ରିକ ଦଳ ବୋଲି ସମାଲୋଚନା କରିଥିବା ବେଳେ ବିଜେପିର ନୀତି ‘ସବକା ସାଥ୍‌, ସବକା ବିକାଶ’ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମାଗଣା ରାସନ ଓ ଆୟୁଷ୍ମାନ ଭାରତ ଭଳି ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ କର୍ମୀଙ୍କୁ କୁହାଯାଇଛି। ଅନୁପମା ଜୟସୱାଲ ଓ କେନ୍ଦ୍ରମନ୍ତ୍ରୀ କମଲେଶ ପାସୱାନ ମଧ୍ୟ ପ୍ରସ୍ତାବକୁ ସମର୍ଥନ କରିଥିଲେ। ତେବେ ୩୨୫ରୁ ୩୫୦ ଆସନ ଜିତିବା ଦଳର ନିର୍ବାଚନୀ ଲକ୍ଷ୍ୟ; ଏହା ନିର୍ବାଚନ ଫଳାଫଳ ନୁହେଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories