Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Flood Update: ବନ୍ୟାରେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବ ବାୟୁସେନାର ହେଲିକପ୍ଟର, SRC ଅଫିସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମୀକ୍ଷା

ଭୁବନେଶ୍ୱର: ଓଡ଼ିଶାର ବନ୍ୟା ସ୍ଥିତି ଓ ନିଖୋଜ ଲୋକଙ୍କ ସନ୍ଧାନକୁ ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର (SRC)ଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଏବଂ ନିଖୋଜ ୧୨ ଜଣଙ୍କୁ ଖୋଜିବା ପାଇଁ ଚାଲିଥିବା ଉଦ୍ୟମ ଉପରେ ଆଲୋଚନା ହୋଇଥିଲା।

ନିଖୋଜ ୧୨ ଜଣଙ୍କ ସନ୍ଧାନ ପାଇଁ ରାଜ୍ୟ ସରକାର କେନ୍ଦ୍ରୀୟ ସହାୟତା ଲୋଡ଼ିଛନ୍ତି। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ଏହାସହ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଭୁବନେଶ୍ୱର ବିମାନବନ୍ଦରରୁ ନିଖୋଜ ଲୋକଙ୍କ ସମ୍ପୃକ୍ତ ଅଞ୍ଚଳକୁ ଯାଇ ସର୍ଚ୍ଚ ଅପରେସନ୍‌ କରିବ। ହେଲିକପ୍ଟର ମାଧ୍ୟମରେ ଅଞ୍ଚଳକୁ ଯାଞ୍ଚ କରି ଲୋକଙ୍କ କୌଣସି ସନ୍ଧାନ ମିଳୁଛି କି ନାହିଁ, ତାହା ଦେଖାଯିବ।

ସନ୍ଧାନ ଅଭିଯାନରେ ଲାଇଭ୍‌ ଡିଟେକ୍ସନ୍‌ ୟୁନିଟ୍‌ର ମଧ୍ୟ ସହାୟତା ନିଆଯିବ। ବାୟୁସେନାର ହେଲିକପ୍ଟର ସହ ଏହି ୟୁନିଟ୍‌ ମିଳିତ ଭାବେ ଅଞ୍ଚଳରେ ଯାଞ୍ଚ କରିବ। ଏହାଦ୍ୱାରା ନିଖୋଜ ୧୨ ଜଣଙ୍କ ମଧ୍ୟରୁ କେହି ଜୀବିତ ଅଛନ୍ତି କି ନାହିଁ, ତାହା ଜାଣିବାକୁ ଚେଷ୍ଟା କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories