Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

AAP Punjab Candidates List 2027: ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲା ‘ଆପ୍’! ତାଲିକାରେ ୪୦ ପ୍ରାର୍ଥୀଙ୍କ ନାଁ, ଧୁରୀରୁ ଲଢ଼ିବେ ଭଗୱନ୍ତ ମାନ୍‌

ପଞ୍ଜାବ: ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ୍‌ ଆଦମୀ ପାର୍ଟି (AAP) ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୪୦ ଜଣଙ୍କ ନାଁ ରହିଛି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ପୁଣି ଧୁରୀ ଆସନରୁ ନିର୍ବାଚନ ଲଢ଼ିବେ। ସେହିପରି ବିଧାନସଭା ବାଚସ୍ପତି କୁଲତାର ସିଂହ ସନ୍ଧୱାନଙ୍କୁ କୋଟକପୁରା ଆସନରୁ ପ୍ରାର୍ଥୀ କରାଯାଇଛି।

ଏହି ତାଲିକାରେ ଜେଲ୍‌ରେ ଥିବା ମନ୍ତ୍ରୀ ସଞ୍ଜୀବ ଆରୋରାଙ୍କ ନାଁ ମଧ୍ୟ ସାମିଲ ହୋଇଛି। ତାଙ୍କୁ ଲୁଧିଆନା ୱେଷ୍ଟ ଆସନରୁ ଦଳ ପ୍ରାର୍ଥୀ କରିଛି। ଏହାସହ ବିଭିନ୍ନ ଆସନ ପାଇଁ ଦଳ ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

ପ୍ରଥମ ପର୍ଯ୍ୟାୟରେ ୪୦ ଜଣଙ୍କ ନାଁ ଘୋଷଣା କରି AAP ପଞ୍ଜାବରେ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଛି। ଭଗୱନ୍ତ ମାନ୍‌, କୁଲତାର ସିଂହ ସନ୍ଧୱାନ ଓ ସଞ୍ଜୀବ ଆରୋରାଙ୍କ ପ୍ରାର୍ଥୀତ୍ୱକୁ ନେଇ ଏହି ତାଲିକା ଚର୍ଚ୍ଚାରେ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories