UP Temple Priest Case: ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ବିଦେଶରେ ବିକ୍ରି ଅଭିଯୋଗ, ପୂଜକଙ୍କୁ ଆଜୀବନ ଜେଲ୍
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ମଥୁରାରେ ମନ୍ଦିରକୁ ଆସୁଥିବା କିଶୋରୀମାନଙ୍କୁ ପ୍ରଲୋଭିତ କରି ସେମାନଙ୍କ ଅଶ୍ଳୀଳ ଭିଡିଓ ରେକର୍ଡ କରି ବିଦେଶରେ ବିକ୍ରି କରିବା ଅଭିଯୋଗରେ ଜଣେ ପୂଜକଙ୍କୁ ଆଜୀବନ କାରାଦଣ୍ଡ ମିଳିଛି। ଦୋଷୀ ଶ୍ୟାମ ବିହାରୀଙ୍କ ଉପରେ ୧.୪୩ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଯାଇଛି। ଶୁକ୍ରବାର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବ୍ରିଜେଶ କୁମାର ଏହି ରାୟ ଶୁଣାଇଥିବା ସରକାରୀ ଓକିଲ ରାମପାଲ ସିଂହ କହିଛନ୍ତି।
ଇଣ୍ଟରପୋଲ୍ରୁ ମିଳିଥିବା ସୂଚନା ଆଧାରରେ CBI ୨୦୨୫ ଜୁନ୍ ୧୭ରେ ମାମଲା ରୁଜୁ କରିଥିଲା। ପରେ ଜୈଣ୍ଟ ଥାନା ଅଞ୍ଚଳର ଏକ ଗାଁର ମନ୍ଦିରରୁ ପୂଜକଙ୍କୁ ଗିରଫ କରାଯାଇଥିଲା। CBI ତଦନ୍ତ ଅନୁସାରେ, ମନ୍ଦିରକୁ ଆସୁଥିବା କିଶୋରୀମାନଙ୍କୁ ପ୍ରସାଦ ଦେବା ବାହାନାରେ ଏକ କୋଠରୀକୁ ଡାକି ଅଶ୍ଳୀଳ କାର୍ଯ୍ୟ କରିବା ସହ ଭିଡିଓ ରେକର୍ଡ କରୁଥିବା ଅଭିଯୋଗ ହୋଇଥିଲା।
ଅଭିଯୋଗ ଅନୁସାରେ, ପୂଜକ ଏହି ଭିଡିଓଗୁଡ଼ିକୁ ଅନଲାଇନ୍ରେ ବିଦେଶରେ ଥିବା ବ୍ୟକ୍ତିଙ୍କୁ ବିକ୍ରି କରୁଥିଲେ। ଏହି କାରବାର ସମ୍ପର୍କରେ ଇଣ୍ଟରପୋଲ୍ ଜାଣିବା ପରେ ଭାରତ ସରକାରଙ୍କୁ ସୂଚନା ଦେଇଥିଲା। CBI ଏକ ମାସ ମଧ୍ୟରେ ତଦନ୍ତ ସମ୍ପୂର୍ଣ୍ଣ କରି ୨୦୨୫ ଅଗଷ୍ଟ ୧୮ରେ ଚାର୍ଜସିଟ୍ ଦାଖଲ କରିଥିଲା। ପରେ ଅଦାଲତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡ ଶୁଣାଇଛନ୍ତି।

