Bhopal Drug Seizure: ଦିଲ୍ଲୀରୁ ବସ୍ରେ ନିଶାଦ୍ରବ୍ୟ ଆଣୁଥିବା ଅଭିଯୋଗରେ ୨ ଜଣ ଗିରଫ, ୩.୪୫ କୋଟି ଟଙ୍କାର ଡ୍ରଗ୍ସ ଜବତ
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଭୋପାଳ ISBTରେ ଡାଇରେକ୍ଟୋରେଟ୍ ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ (DRI) ଚଢ଼ାଉ କରି ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଦିଲ୍ଲୀରୁ ବସ୍ ଯୋଗେ ଆସିଥିବା ଏହି ଦୁଇ ଜଣଙ୍କ ନିକଟରୁ ୪.୩୨୧ କିଲୋଗ୍ରାମ ମେଥାମଫେଟାମିନ୍ ନାମକ ନିଶାଦ୍ରବ୍ୟ ଜବତ ହୋଇଛି। ଏହାର ଅନ୍ତର୍ଜାତୀୟ ଅବୈଧ ବଜାର ମୂଲ୍ୟ ପ୍ରାୟ ୩.୪୫ କୋଟି ଟଙ୍କା ହେବ ବୋଲି DRI ପକ୍ଷରୁ କୁହାଯାଇଛି।
DRI ଅନୁସାରେ, ଜଣେ ଅଭିଯୁକ୍ତ ନିଶାଦ୍ରବ୍ୟକୁ ବ୍ୟାଗ୍ ଭିତରେ ଲୁଚାଇ ରଖିଥିବା ବେଳେ ଅନ୍ୟ ଜଣକ ପ୍ୟାଣ୍ଟ ଭିତରେ ଲୁଚାଇ ନେଉଥିଲେ। ଯାଞ୍ଚ ସମୟରେ ଏହି ନିଶାଦ୍ରବ୍ୟ ଜବତ ହୋଇଥିଲା। ଏହାପରେ ଉଭୟଙ୍କୁ ଗିରଫ କରାଯାଇଛି।
ଉଭୟଙ୍କ ବିରୋଧରେ NDPS ଆଇନ ଅନୁସାରେ ମାମଲା ରୁଜୁ ହୋଇଛି। ଜବତ ନିଶାଦ୍ରବ୍ୟ କେଉଁଠାରୁ ଆସିଥିଲା ଏବଂ ଭୋପାଳରେ କାହାକୁ ଯୋଗାଣ କରାଯିବାର ଯୋଜନା ଥିଲା, ତାହା ଜାଣିବା ପାଇଁ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି।

