Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

IndiGo Flight Alert: ଦିଲ୍ଲୀ-ପୁଣେ ବିମାନରେ ଜରୁରୀକାଳୀନ ଏକ୍‌ଜିଟ୍‌ କଭର୍‌ ଖୋଲିବାକୁ ଉଦ୍ୟମ, ୩୩ ବର୍ଷୀୟ ଯାତ୍ରୀଙ୍କ ନାମରେ ରୁଜୁ ହେଲା ମାମଲା

ନୂଆଦିଲ୍ଲୀ: ଦିଲ୍ଲୀରୁ ପୁଣେ ଯାଉଥିବା ଇଣ୍ଡିଗୋ ବିମାନରେ ଜଣେ ୩୩ ବର୍ଷୀୟ ଯାତ୍ରୀ ଜରୁରୀକାଳୀନ ଏକ୍‌ଜିଟ୍‌ ଲିଭର୍‌ର କଭର୍‌ ସହ ଛେଡ଼ଛାଡ଼ କରିଥିବା ଅଭିଯୋଗ ହୋଇଛି। ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏହି ଘଟଣା ଘଟିଥିଲା। ଏହା ଫଳରେ ଆଲାର୍ମ ବାଜିବା ସହ ବିମାନ ଭିତରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା।

ପୁଲିସକୁ ଯାତ୍ରୀ ଜଣକ କହିଥିବା ଅନୁସାରେ, ସେ କେବଳ କୌତୂହଳବଶତଃ କଭର୍‌କୁ ଛୁଇଁଥିଲେ। ଏହା ଜରୁରୀକାଳୀନ ଏକ୍‌ଜିଟ୍‌ ବ୍ୟବସ୍ଥା ସହ ଜଡ଼ିତ ବୋଲି ସେ ଜାଣିନଥିବା ଦାବି କରିଛନ୍ତି।

ଘଟଣାକୁ ନେଇ ଯାତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ବିମାନରେ ଥିବା ଜରୁରୀକାଳୀନ ବ୍ୟବସ୍ଥା ସହ ଛେଡ଼ାଛେଡ଼ି ହେବା ଯାତ୍ରୀଙ୍କ ସୁରକ୍ଷା ପାଇଁ ଚିନ୍ତାର କାରଣ ହୋଇଥିବାରୁ ଘଟଣାର ତଦନ୍ତ କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories