Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Bullet Train Corridor: ଦିଲ୍ଲୀରୁ କାନପୁର ମାତ୍ର ୧ ଘଣ୍ଟା ୪୫ ମିନିଟ୍, ନର୍ଦ୍ଦର୍ଣ୍ଣ ବୁଲେଟ୍ ଟ୍ରେନ୍ କରିଡରକୁ ମଞ୍ଜୁରୀ

ନୂଆଦିଲ୍ଲୀ: ଭାରତରେ ବୁଲେଟ୍ ଟ୍ରେନ୍‌ ଚଳାଚଳକୁ ନେଇ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନର୍ଦ୍ଦର୍ଣ୍ଣ ବୁଲେଟ୍ ଟ୍ରେନ୍ କରିଡରକୁ ମଞ୍ଜୁରୀ ଦେଇଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ପ୍ରସ୍ତାବିତ ଏହି ହାଇସ୍ପିଡ୍ ରେଳପଥ ଦିଲ୍ଲୀ ସହ ଉତ୍ତର ଓ ପୂର୍ବ ଭାରତର ଅନେକ ପ୍ରମୁଖ ସହରକୁ ଯୋଡ଼ିବ। ଏହା ଦ୍ୱାରା ଯାତ୍ରା ସମୟ ଯଥେଷ୍ଟ କମିବା ଆଶା କରାଯାଉଛି।

ରେଳମନ୍ତ୍ରୀଙ୍କ ଅନୁସାରେ, ଏହି କରିଡର ଦିଲ୍ଲୀରୁ ଆଗ୍ରା, କାନପୁର, ଲକ୍ଷ୍ନୌ, ଅଯୋଧ୍ୟା, ବାରାଣସୀ, ପ୍ରୟାଗରାଜ, ପାଟନା ଓ ସିଲିଗୁଡ଼ି ଦେଇ ଗୁଆହାଟୀ ପର୍ଯ୍ୟନ୍ତ ଯିବାର ପ୍ରସ୍ତାବ ରହିଛି। ଏହି ରେଳପଥ ନିର୍ମାଣ ହେଲେ ଦିଲ୍ଲୀରୁ କାନପୁର ଯିବାକୁ ମାତ୍ର ୧ ଘଣ୍ଟା ୪୫ ମିନିଟ୍ ଲାଗିବ। ସେହିପରି ଦିଲ୍ଲୀରୁ ଆଗ୍ରା ୫୯ ମିନିଟ୍ ଏବଂ ଲକ୍ଷ୍ନୌ ୨ ଘଣ୍ଟା ୧୨ ମିନିଟ୍‌ରେ ପହଞ୍ଚିବା ସମ୍ଭବ ହେବ। ବାରାଣସୀରୁ ଦିଲ୍ଲୀ ଯାତ୍ରା ପାଇଁ ପ୍ରାୟ ୩ ଘଣ୍ଟା ୩୫ ମିନିଟ୍ ଲାଗିବ ବୋଲି କୁହାଯାଇଛି।

ଏହି ପ୍ରକଳ୍ପ ଯୁବପିଢ଼ି, ମଧ୍ୟବିତ୍ତ ପରିବାର ଓ ଛୋଟ ବ୍ୟବସାୟୀଙ୍କ ପାଇଁ ନୂଆ ଆର୍ଥିକ ସୁଯୋଗ ସୃଷ୍ଟି କରିବ ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ବୁଲେଟ୍ ଟ୍ରେନ୍ ନିର୍ମାଣରେ ଭାରତୀୟ ଜ୍ଞାନକୌଶଳ ଓ କ୍ଷମତାକୁ ଗୁରୁତ୍ୱ ଦିଆଯିବ ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ତେବେ ଏହା ଏକ ପ୍ରସ୍ତାବିତ କରିଡର ଏବଂ ଏହାର ନିର୍ମାଣ ସମୟସୀମା ସମ୍ପର୍କରେ ଅଧିକ ତଥ୍ୟ ଆସିବା ବାକି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories