Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Bhubaneswar Crime: ଗାଡ଼କଣରେ ଯୁବକଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର, ପ୍ରମାଣ ନଷ୍ଟ ପାଇଁ ହତ୍ୟା ପୋଡ଼ି ଦେବାକୁ ଉଦ୍ୟମ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଗାଡ଼କଣ ଅଞ୍ଚଳରୁ ଜଣେ ଯୁବକଙ୍କ ଅଧାପୋଡ଼ା ଓ ଗଳିତ ମୃତଦେହ ଉଦ୍ଧାର ହୋଇଛି। କେଳୁଚରଣ ପାର୍କ ନିକଟରେ ମୃତଦେହଟି ପଡ଼ିଥିବା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ମୃତଦେହର କିଛି ଅଂଶ ପୋଡ଼ିଯାଇଥିବା ବେଳେ ଏହା ଦୀର୍ଘ ସମୟ ଧରି ସେଠାରେ ପଡ଼ି ରହିଥିବା ସନ୍ଦେହ କରାଯାଉଛି।

ଯୁବକଙ୍କୁ ପ୍ରଥମେ ହତ୍ୟା କରିବା ପରେ ପରିଚୟ ଓ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ପୋଡ଼ି ଦିଆଯାଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଏହା ହତ୍ୟାକାଣ୍ଡ କି ଅନ୍ୟ କୌଣସି କାରଣରୁ ଯୁବକଙ୍କ ମୃତ୍ୟୁ ହୋଇଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ମୃତକଙ୍କ ପରିଚୟ ମଧ୍ୟ ଜଣାପଡ଼ିନାହିଁ।

ଘଟଣାକୁ ନେଇ ଗାଡ଼କଣ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଜନଗହଳିପୂର୍ଣ୍ଣ ରାଜଧାନୀରେ ପାର୍କ ନିକଟରେ ଏଭଳି ଅବସ୍ଥାରେ ମୃତଦେହ ମିଳିବା ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି। ମୃତ୍ୟୁର କାରଣ, ମୃତକଙ୍କ ପରିଚୟ ଏବଂ ଘଟଣା ପଛର ପ୍ରକୃତ ରହସ୍ୟ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories