Canva Layoffs 2026: ୧,୨୭୧ କର୍ମଚାରୀଙ୍କୁ ଛଟେଇ କଲା କାନଭା, ୬ ମାସର ଦରମା ସହ ମିଳିବ MacBook ଓ LinkedIn Premium
ନୂଆଦିଲ୍ଲୀ: ଡିଜାଇନ୍ ପ୍ଲାଟଫର୍ମ କାନଭା ବିଶ୍ୱବ୍ୟାପୀ ନିଜ କର୍ମଚାରୀଙ୍କ ମଧ୍ୟରୁ ୧,୨୭୧ ଜଣଙ୍କୁ ଛଟେଇ କରିବାକୁ ଘୋଷଣା କରିଛି। ଏହାଦ୍ୱାରା କମ୍ପାନୀର ମୋଟ କର୍ମଚାରୀଙ୍କ ପ୍ରାୟ ୨୨ ପ୍ରତିଶତ ପ୍ରଭାବିତ ହେବେ। ଏହି ପୁନର୍ଗଠନ ପ୍ରକ୍ରିୟାରେ ଚାକିରି ହରାଉଥିବା କର୍ମଚାରୀଙ୍କ ପାଇଁ କମ୍ପାନୀ କିଛି ସୁବିଧା ଘୋଷଣା କରିଛି।
ଛଟେଇ ହେଉଥିବା କର୍ମଚାରୀଙ୍କୁ ଅତି କମ୍ରେ ୬ ମାସର ଦରମା ଦିଆଯିବ। ଏହାସହ ସେମାନେ କମ୍ପାନୀ ପକ୍ଷରୁ ଦିଆଯାଇଥିବା MacBook ନିଜ ପାଖରେ ରଖିପାରିବେ। ଏଥିସହ ଗୋଟିଏ ବର୍ଷ ପାଇଁ LinkedIn Premium ସୁବିଧା ମଧ୍ୟ ମିଳିବ। ଚାକିରି ଛାଡ଼ିବା ପରେ ନୂଆ ଚାକିରି ଖୋଜିବା ଓ ଆଗାମୀ କ୍ୟାରିୟର ଗଢ଼ିବାରେ ସହାୟତା ପାଇଁ ଏହି ସୁବିଧା ଦିଆଯାଉଛି।
ଏହା ବ୍ୟତୀତ ପ୍ରଭାବିତ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟସେବା ସହାୟତା, କ୍ୟାରିୟର କୋଚିଂ ଏବଂ ଯୋଗ୍ୟ କର୍ମଚାରୀଙ୍କ ଭବିଷ୍ୟତ ପ୍ରକଳ୍ପ ପାଇଁ ୧୦ ହଜାର ଡଲାର ଅନୁଦାନ ଦେବାକୁ ମଧ୍ୟ କମ୍ପାନୀ ଘୋଷଣା କରିଛି। ଛଟେଇ ସତ୍ତ୍ୱେ କର୍ମଚାରୀଙ୍କୁ ନୂଆ ସୁଯୋଗ ଖୋଜିବା ଓ ନିଜର ଭବିଷ୍ୟତ ଯୋଜନା ଆଗକୁ ବଢ଼ାଇବାରେ ସହାୟତା କରିବା ଏହି ପ୍ୟାକେଜ୍ର ଉଦ୍ଦେଶ୍ୟ।

