Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Agniveer Service Extension: ଆଉ ୨ ବର୍ଷ ବଢ଼ିଲା ଅଗ୍ନିବୀରଙ୍କ କାର୍ଯ୍ୟକାଳ , ୪ ବଦଳରେ ୬ ବର୍ଷ କରିବେ ସେବା

ନୂଆଦିଲ୍ଲୀ: ଅଗ୍ନିବୀରଙ୍କୁ ନେଇ କେନ୍ଦ୍ର ସରକାରଙ୍କର ବଡ ନିଷ୍ପତ୍ତି | ଅଗ୍ନିପଥ ଯୋଜନା ଅଧୀନରେ ୪ ବର୍ଷ ପାଇଁ ନିଯୁକ୍ତ ହେଉଥିବା ଅଗ୍ନିବୀରଙ୍କ କାର୍ଯ୍ୟକାଳ ଆଉ ୨ ବର୍ଷ ବଢ଼ାଇବାକୁ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି। ନଭେମ୍ବର ୪ରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଜେନେରାଲ୍‌ ଏନ୍‌.ଏସ୍‌. ରାଜା ସୁବ୍ରମଣି ଏନେଇ ଘୋଷଣା କରିଛନ୍ତି। ଏହାଦ୍ୱାରା ନିର୍ଦ୍ଧାରିତ ଚୟନ ପ୍ରକ୍ରିୟାରେ ନିୟମିତ ସେନାରେ ସାମିଲ ହୋଇନଥିବା ଅଗ୍ନିବୀରଙ୍କୁ ଅଧିକ ୨ ବର୍ଷ ସେବା କରିବାର ସୁଯୋଗ ମିଳିବ।

ଜେନେରାଲ୍‌ ରାଜା ସୁବ୍ରମଣି କହିଛନ୍ତି, ୨୦୨୨ ଜୁନ୍‌ ୧୪ରେ ଅଗ୍ନିପଥ ଯୋଜନା ଆରମ୍ଭ ହେବା ପରଠାରୁ ଅଗ୍ନିବୀରଙ୍କ ପ୍ରଦର୍ଶନର ନିୟମିତ ମୂଲ୍ୟାୟନ କରାଯାଇଛି। ପ୍ରଥମ ବ୍ୟାଚ୍‌ର ୪ ବର୍ଷର କାର୍ଯ୍ୟକାଳ ପୂରଣ ହେବାକୁ ଯାଉଥିବା ବେଳେ ମିଳିଥିବା ମତାମତ ଆଧାରରେ ଏହି ପରିବର୍ତ୍ତନ କରାଯାଇଛି। ପୂର୍ବ ବ୍ୟବସ୍ଥାରେ ପ୍ରତି ବ୍ୟାଚ୍‌ର ସର୍ବାଧିକ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ଯୋଗ୍ୟତା ଓ ପ୍ରଦର୍ଶନ ଆଧାରରେ ନିୟମିତ ସେନାରେ ସାମିଲ କରାଯାଉଥିଲା। ବାକି ୭୫ ପ୍ରତିଶତଙ୍କୁ ୪ ବର୍ଷ ପରେ ସେବାରୁ ମୁକ୍ତ କରାଯାଉଥିଲା। ନୂଆ ବ୍ୟବସ୍ଥାରେ ଏହି ୭୫ ପ୍ରତିଶତଙ୍କୁ ଅତିରିକ୍ତ ୨ ବର୍ଷ ସେବାର ସୁଯୋଗ ମିଳିବ।

ଅତିରିକ୍ତ ୨ ବର୍ଷର କାର୍ଯ୍ୟକାଳ ପୂରଣ ପରେ ସଶସ୍ତ୍ର ବାହିନୀରେ ରହିବାକୁ ଇଚ୍ଛୁକ ଅଗ୍ନିବୀରଙ୍କୁ ନିର୍ଦ୍ଧାରିତ ଚୟନ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିବ। ଏହି ପ୍ରକ୍ରିୟାରେ ଚୟନ ହେଲେ ସେମାନେ ନିୟମିତ ସେନାରେ ସାମିଲ ହୋଇପାରିବେ। ତେବେ ଅତିରିକ୍ତ ୨ ବର୍ଷର ସେବା ମିଳିବା ଅର୍ଥ ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବା ନୁହେଁ। ନୂଆ ବ୍ୟବସ୍ଥାର ଚୟନ ଓ କାର୍ଯ୍ୟକାରିତା ସମ୍ପର୍କିତ ବିସ୍ତୃତ ନିୟମ ଉପରେ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories