Sonam Wangchuk School Notice: ହାଇକୋର୍ଟଙ୍କ ରାୟ ନ ଆସିବା ଯାଏଁ ସୋନମ ୱାଙ୍ଗଚୁକଙ୍କ ‘ଡେଜର୍ଟ ଫ୍ଲାୱର ସ୍କୁଲ’ ରହିବ ବନ୍ଦ
ଲଦାଖ: ଲଦାଖର ଲେହ ପ୍ରଶାସନ ସୋନମ ୱାଙ୍ଗଚୁକଙ୍କ ସ୍କୁଲକୁ ନେଇ ଏକ ବଡ଼ ପଦକ୍ଷେପ ନେଇଛି। ଲେହରେ ଥିବା ‘ଡେଜର୍ଟ ଫ୍ଲାୱର ସ୍କୁଲ’ର ସମସ୍ତ କାର୍ଯ୍ୟକଳାପ ବନ୍ଦ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଜମ୍ମୁ-କାଶ୍ମୀର ଓ ଲଦାଖ ହାଇକୋର୍ଟ ଏହି ଅନୁଷ୍ଠାନ ସମ୍ପର୍କିତ ମାମଲାରେ ଚୂଡ଼ାନ୍ତ ରାୟ ଦେବା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ।
ଏହି ମାମଲାରେ ସ୍କୁଲର CEO ତଥା ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗମୋଙ୍କୁ ଲେହ ପ୍ରଶାସନ ନୋଟିସ୍ ଜାରି କରିଛି। ପ୍ରଶାସନର ଅଭିଯୋଗ ଅନୁସାରେ, ଆବଶ୍ୟକ ଅନୁମତି ନଥାଇ ସ୍କୁଲରେ ପାଠପଢ଼ା ଓ ଅନ୍ୟାନ୍ୟ କାର୍ଯ୍ୟକଳାପ ଆରମ୍ଭ କରାଯାଇଥିଲା।
ଏହି ଅନୁଷ୍ଠାନକୁ ନେଇ ହାଇକୋର୍ଟରେ ମାମଲା ବିଚାରାଧୀନ ରହିଛି। ଅଦାଲତଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ସ୍କୁଲରେ କୌଣସି କାର୍ଯ୍ୟ ନକରିବାକୁ ପ୍ରଶାସନ କହିଛି। ଏହି ମାମଲାରେ ଆଗକୁ ହାଇକୋର୍ଟଙ୍କ ରାୟ ଉପରେ ନଜର ରହିଛି।

