Palani Temple: ପାଲାନି ମନ୍ଦିରରେ ୨.୨୬ କୋଟି ଟଙ୍କା ଦାନ, ସୁନା ଓ ରୂପା ମଧ୍ୟ ଅର୍ପଣ କଲେ ଭକ୍ତ
ତାମିଲନାଡୁ: ତାମିଲନାଡୁର ପ୍ରସିଦ୍ଧ ଅରୁଲମିଗୁ ଦଣ୍ଡାୟୁଧପାଣି ସ୍ୱାମୀ ମନ୍ଦିରରେ ଭକ୍ତଙ୍କ ଦାନରୁ ବିପୁଳ ଅର୍ଥ ଓ ମୂଲ୍ୟବାନ ସାମଗ୍ରୀ ମିଳିଛି। ଦାନ ହୁଣ୍ଡିରେ ଜମା ହୋଇଥିବା ଭେଟି ଗଣତି ସମୟରେ ୨.୨୬ କୋଟି ଟଙ୍କା ନଗଦ ମିଳିଥିବା ବେଳେ ୨୮୬ ଗ୍ରାମ ସୁନା ଓ ୧୦.୭୫୨ କିଲୋଗ୍ରାମ ରୂପା ମଧ୍ୟ ମିଳିଛି।
ମନ୍ଦିର କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଦାନ ମଧ୍ୟରେ ୩୯୩ଟି ବିଦେଶୀ ମୁଦ୍ରା ନୋଟ୍ ମଧ୍ୟ ରହିଛି। ଭକ୍ତମାନେ ନିଜର ମନସ୍କାମନା ପୂରଣ ଓ ଶ୍ରଦ୍ଧାର ପ୍ରତୀକ ଭାବେ ଏହି ଦାନ ଅର୍ପଣ କରିଛନ୍ତି। ଦାନର ପରିମାଣ ମନ୍ଦିର ପ୍ରତି ଭକ୍ତଙ୍କ ଗଭୀର ଆସ୍ଥାକୁ ପ୍ରତିଫଳିତ କରୁଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି।
ପାଲାନିର ଏହି ମନ୍ଦିର ତାମିଲନାଡୁର ଅନ୍ୟତମ ପ୍ରମୁଖ ତୀର୍ଥସ୍ଥଳ ଭାବେ ପରିଚିତ। ପ୍ରତିବର୍ଷ ଅନେକ ଭକ୍ତ ଏଠାକୁ ଦର୍ଶନ ପାଇଁ ଆସୁଥିବା ବେଳେ ଦାନ ଗଣତିରେ ମିଳିଥିବା ଏହି ଅର୍ଥ ଓ ମୂଲ୍ୟବାନ ସାମଗ୍ରୀ ମନ୍ଦିର ପ୍ରତି ଥିବା ଭକ୍ତି ଓ ଆସ୍ଥାର ଚିତ୍ର ଦେଖାଉଛି।

