ବେଲଗୁଣ୍ଠାର ବିଭିନ୍ନ ବିଦ୍ୟାଳୟରେ ଜନ ଭାଗିଦାରୀ କାଯ୍ୟକ୍ରମ


ବେଲଗୁଣ୍ଠା, 10/06, ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ବିଦ୍ୟାଳୟରେ ( G20) ଜନ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବ୍ଲକ ର ନେଟେଙ୍ଗା ଆଞ୍ଚଳିକ ସାଧନ କେନ୍ଦ୍ର ତରଫରୁ ବାଲିଭାଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ (G20) ଜନ ଭାଗିଦାରୀ କାର୍ଯ୍ୟକ୍ରମ ମାଧ୍ୟମରେ ମୌଳିକ ସକ୍ଷରତା ଓ ସଂଖ୍ୟାଜ୍ଞାନର ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି ା ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଜୟ ବିଷୋୟୀଙ୍କ ସମେତ ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ସିଆରସିସି ସୁଧୀର କୁମାର ଦାସ୍ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ସେହିପରି ଆମ୍ବପୁଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଏହି ଜନ ଭାଗିଦାରୀ କାର୍ଯ୍ୟକ୍ରମକୁ ନଳିନୀ ବେହେରା ଉଦ୍ଘାଟନ କରିଥିବା ବେଳେ ଏବିଇଓ ଗୋବିନ୍ଦ ଚନ୍ଦ୍ର ପାଢି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଏବିଇଓ ପ୍ରତିଭା କୁମାରୀ ରଥ, ୱାର୍ଡ୍ ସଭ୍ୟ ସୁବଳ ସ୍ୱାଇଁ,ନାରାୟଣ ପୋଲାଇ,ଶଙ୍କର ନାରାୟଣ ବେହେରାଙ୍କ ସମେତ ବହୁ ଅଭିଭାବକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଭଜରାମ୍ ତରାଇଙ୍କ ସମେତ ସହକାରୀ ଶିକ୍ଷକ ମନୋଜ କୁମାର ପଟ୍ଟନାୟକ,ଅନନ୍ତ କୁମାର ସେଠୀ,ଚିତ୍ରସେନ ନାହାକ,ଗାୟତ୍ରୀ ସ୍ୱାଇଁ,ସାଗରିକା ଖଟାଇ,ସସ୍ମିତା ସେଠୀ,ଲିଟୁ ପାତ୍ର ପ୍ରମୁଖ ସହଯୋଗ କରିଥିଲେ Iସିଆରସିସି ପ୍ରଶାନ୍ତ କୁମାର ପଟ୍ଟନାୟକ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କାରିଥିଲେ I ଉଭୟ ବିଦ୍ୟାଳୟରେ ଅଭିଭାବକ,ମଂଚାସୀନ ଅତିଥି, ସ୍ଥାନୀୟ ଶିକ୍ଷାବିତ,ଅଙ୍ଗନୱାଡି କର୍ମୀଙ୍କ ଉପସ୍ଥିତିରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ଶପଥ ପାଠ ଅନୁଷ୍ଠିତ ହୋଇଥିଲା I କାର୍ଯ୍ୟକ୍ରମ ସଂପର୍କରେ ଜନ ସଚେତନତା ସୃଷ୍ଟି କରାଯାଇଥିଲା I