Railway Service: ଏଣିକି ଅନଲାଇନ୍ରେ ବୁକ୍ କରିପାରିବେ କୁଲି ଓ ହ୍ୱିଲ୍ଚେୟାର! ନଭେମ୍ବର୧୬ରୁ ଭାରତୀୟ ରେଳବାଇ ଆଣୁଛି ନୂଆ ସୁବିଧା
ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଆସୁଛି ନୂଆ ସୁବିଧା। ଏଣିକି ରେଳ ଷ୍ଟେସନରେ କୁଲି କିମ୍ବା ହ୍ୱିଲ୍ଚେୟାର ପାଇଁ ଆଉ ଖୋଜାଖୋଜି କରିବାକୁ ପଡ଼ିବ ନାହିଁ। ଭାରତୀୟ ରେଳବାଇର ଅଜମେର ରେଳ ମଣ୍ଡଳରେ ନଭେମ୍ବର ୧୬, ୨୦୨୬ରୁ ମୋବାଇଲ୍ ଆପ୍ ଏବଂ ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ କୁଲି ଓ ହ୍ୱିଲ୍ଚେୟାର ଆଗୁଆ ବୁକିଂ କରିବାର ସୁବିଧା ଆରମ୍ଭ ହେବ।
ଏହି ସେବା ବୁକ୍ କରିବା ପାଇଁ ଯାତ୍ରୀଙ୍କୁ ନିଜ ଟ୍ରେନ୍ ଟିକେଟ୍ର PNR ନମ୍ବର ଦେବାକୁ ପଡ଼ିବ। ମୋବାଇଲ୍ ଆପ୍ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ରେ ଏହି ସୁବିଧା ଉପଲବ୍ଧ ହେବ। ଏହାଦ୍ୱାରା ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଯାତ୍ରୀମାନେ ଆବଶ୍ୟକ ସେବା ବୁକ୍ କରିପାରିବେ।
ବିଶେଷକରି ବୟସ୍କ ବ୍ୟକ୍ତି, ଦିବ୍ୟାଙ୍ଗ ଏବଂ ଅଧିକ ଲଗେଜ୍ ନେଇ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏହି ସୁବିଧା ଉପଯୋଗୀ ହେବ। ଷ୍ଟେସନରେ କୁଲି କିମ୍ବା ହ୍ୱିଲ୍ଚେୟାର ଖୋଜିବାର ଅସୁବିଧା କମିବା ସହ ଯାତ୍ରା ଅଧିକ ସୁବିଧାଜନକ ହୋଇପାରିବ।

