Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଣ୍ଡିଆ ଚାଷ ନାଁ ରେ ଦୁର୍ନୀତି ଅଭିଯୋଗ ପରେ ତଦନ୍ତ କଲେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ,ବିଭାଗୀୟ ଅଧିକାରୀ।

କଳାହାଣ୍ଡି,୧୨/୧୧
ରାଜ୍ୟ ସରକାର ଶ୍ରୀ ଅନ୍ନ ଅଭିଯାନ ଯୋଜନା ରେ ମାଣ୍ଡିଆ ଚାଷ କୁ ପ୍ରୋତ୍ସାହନ କରିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ରେ ମିଲେଟ ମିଶନ ଜରିଆରେ ବିଭିନ୍ନ ସ୍ବେଛାସେବୀ ସଂସ୍ଥା କୁ ନିୟୋଜିତ କରି ମାଣ୍ଡିଆ ଚାଷ ଓ ଚାଷୀ ଙ୍କୁ ପ୍ରୋତ୍ସାହନ କରି ମାଣ୍ଡିଆ ଚାଷ କରିବାକୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ବ୍ୟବସ୍ଥା କରାଯାଇଛି। ତେବେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ମିଲେଟ ମିଶନ ନା ରେ ମାଣ୍ଡିଆ ଚାଷ ରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ ପରେ ଗୁରୁବାର କଳାହାଣ୍ଡି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଓ ବିଭାଗୀୟ ଅଧିକାରୀ ମାନେ ମାଣ୍ଡିଆ ଚାଷ କ୍ଷେତ୍ର ପରିଦର୍ଶନ କରିବା ସହ ସ୍ଥାନୀୟ ମାଣ୍ଡିଆ ଚାଷୀ ଙ୍କ ସହ ଆଲୋଚନା କରି ବାସ୍ତଵିକ ସ୍ଥିତି ପରଖିଛନ୍ତି। ସୂଚନା ମତେ କୋକସରା ବ୍ଲକ ୬ ଗୋଟି ପଞ୍ଚାୟତ ଗୋତମୁଣ୍ଡା,ସାନ ପୋଡ଼ାଗୁଡା,ଡୁଡୁକାଠେଙ୍ଗା,ମହିମା,ବଡ଼ ପୋଡ଼ାଗୁଡା ଓ କାଉଡୋଳା ପଞ୍ଚାୟତ ରେ ମିଲେଟ ମିଶନ ପକ୍ଷରୁ ଦି ହ୍ୟୁମାନ ଫାଉଣ୍ଡେସନ ନାମକ ସ୍ୱେଚ୍ଛାସେବୀ ସଂସ୍ଥା କୁ ମାଣ୍ଡିଆ ଚାଷି ଙ୍କୁ ତାଲିମ ଓ ଚାଷି ଙ୍କୁ ପ୍ରୋତ୍ସାହିତ କରିବା ଓ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଦାଇତ୍ୱ ଦିଆଯାଇଛି। ତେବେ ଏହି ସଂସ୍ଥା ମାଣ୍ଡିଆ ଚାଷ ନାଁ ରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ରେ ଅଭିଯୋଗ ହୋଇ ଆସୁଛି। ରାଜ୍ୟ ସରକାର ଙ୍କ କୃଷି ଓ କୃଷକ ଙ୍କ ସ୍ୱାବଲମୀ ଲୋକାଭିମୁଖୀ ଯୋଜନା ରେ ଏହିଭଳି ଗୁରୁତର ଅଭିଯୋଗ କୁ ଦୃଷ୍ଟିରେ ରଖି ଗୁରୁବାର କଳାହାଣ୍ଡି ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ଶ୍ରୀ ପଟ୍ଟଯୋଶୀ ଓ ସିଡିଓ କଳାହାଣ୍ଡି ପ୍ରମୋଦ କୁମାର ବଡ଼ପଣ୍ଡା,ଉପଖଣ୍ଡ କୃଷି ଅଧିକାରୀ ଦୀପ୍ତିମୟୀ ବାରିକ, କୋକସରା ବ୍ଲକ କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ବାଞ୍ଜିକୋଟ,ଚୋରଣୀଦୁଆର, ଧୋବେନପଡା,କାଉଡୋଳା ଗ୍ରାମ ରେ ପହଞ୍ଚି ମାଣ୍ଡିଆ ଚାଷ କ୍ଷେତ୍ର ପରିଦର୍ଶନ କରିବା ସହ ମାଣ୍ଡିଆ ଚାଷି ଙ୍କୁ ଭେଟି ମାଣ୍ଡିଆ ଚାଷ ରେ ମିଳୁଥିବା ସରକାରୀ ସହାୟତା ସମ୍ପର୍କରେ ଆଲୋଚନା ସମୟ ରେ ଅନିୟମିତତା ହେଉଥିବା ଜାଣିବାକୁ ପାଇଥିଲେ। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ଓ କାର୍ଯ୍ୟ ନିର୍ବାହ କରୁଥିବା ସଂସ୍ଥା କୁ ଜବାବ ତଲବ ସହ ବିଭାଗୀୟ ଅଧିକାରୀ ଙ୍କୁ ସମସ୍ତ ଚାଷି ଙ୍କ ସବିଶେଷ ବିବରଣୀ ଓ ଚାଷ ହୋଇଥିବା କ୍ଷେତ୍ର ରିପୋର୍ଟ ଶୀଘ୍ର ଦାଖଲ ସହ ତାଗିଦ କରିଥିଲେ। କାର୍ଯ୍ୟ ନିର୍ବାହୀ ସଂସ୍ଥା ଚାଷି ଙ୍କ ନାମରେ ଜାଲିଆତି ହେରଫର କରି ଦୁର୍ନୀତି ନେଇ ଆଗକୁ ସଂସ୍ଥା ବିରୋଧ ରେ ଜିଲ୍ଲା ଯୋଜନା ବୋର୍ଡ ପକ୍ଷରୁ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ଅବଗତ କରାଯିବ ଓ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯିବ ବୋଳି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ପଟ୍ଟଯୋଶୀ ସୂଚନା ଦେଇଛନ୍ତି। ଅନ୍ୟପଟେ କଳାହାଣ୍ଡି ସିଡିଓ ବଡ଼ପଣ୍ଡା ଙ୍କ ପ୍ରତିକ୍ରିୟା ନେବାରୁ ବିଭାଗ ପକ୍ଷରୁ କୋକସରା ବ୍ଲକ ର ୬ ପଞ୍ଚାୟତ ରେ ୧୪୩ ଜଣ ଚାଷୀ ୧୧୦ ହେକ୍ଟର ଜମି ରେ ମାଣ୍ଡିଆ ଚାଷ କରିଥିବା ବିଭାଗ ନିକଟରେ ରିପୋର୍ଟ ହୋଇଛି।ମାଣ୍ଡିଆ ଚାଷି ଙ୍କ ରିପୋଟିଂ ନେଇ ଯାଞ୍ଚ କରା ଯାଉଛି,ବ୍ଲକ କୃଷି ଅଧିକାରୀ ସମେତ କୃଷି କର୍ମଚାରୀ ମାନେ କ୍ଷେତ୍ର ପରିଦର୍ଶନ ରିପୋର୍ଟ ଆଧାର ରେ ଯେଉଁମାନେ ମାଣ୍ଡିଆ ଚାଷ କରିଛନ୍ତି ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଳି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ