Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Nvidia Employees: ଜେନସେନ୍ ହୁଆଙ୍ଗଙ୍କୁ ପୁଣି CEO କରିବାକୁ ଦାବି, କମ୍ପାନୀର ଆଭ୍ୟନ୍ତରୀଣ ପୋଷ୍ଟରେ ୧୬୦୦ରୁ ଅଧିକ ମେସେଜ

ନୂଆଦିଲ୍ଲୀ: Nvidiaର ପୂର୍ବତନ CEO ଜେନସେନ୍ ହୁଆଙ୍ଗଙ୍କ ଇସ୍ତଫା ପରେ ତାଙ୍କ ସମର୍ଥନରେ ଆଗକୁ ଆସିଛନ୍ତି କମ୍ପାନୀର କିଛି କର୍ମଚାରୀ। ତାଙ୍କୁ ପୁଣି CEO ପଦରେ ଫେରାଇ ଆଣିବାକୁ କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳୀକୁ ଅନୁରୋଧ କରାଯାଇଛି। WIREDର ରିପୋର୍ଟ ଅନୁସାରେ, କମ୍ପାନୀର ଏକ ଆଭ୍ୟନ୍ତରୀଣ ‘ସଜେସନ୍ ବକ୍ସ’ରେ ଥିବା ପୋଷ୍ଟରେ ୧୬୦୦ରୁ ଅଧିକ ମନ୍ତବ୍ୟ ଆସିଛି। ଏହି ପୋଷ୍ଟଟି ହୁଆଙ୍ଗଙ୍କ ଇସ୍ତଫା ପୂର୍ବରୁ ଜଣେ ବରିଷ୍ଠ ଇଞ୍ଜିନିୟର କରିଥିଲେ। ଏଥିରେ କମ୍ପାନୀର ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନେବା ପୂର୍ବରୁ କର୍ମଚାରୀଙ୍କ ମତାମତକୁ ଗୁରୁତ୍ୱ ଦେବାକୁ ବୋର୍ଡକୁ କୁହାଯାଇଥିଲା।

ଏହି ପୋଷ୍ଟରେ ଅନେକ କର୍ମଚାରୀ ହୁଆଙ୍ଗଙ୍କ ନେତୃତ୍ୱ ଓ କମ୍ପାନୀ ପାଇଁ ତାଙ୍କର ୩୩ ବର୍ଷର ଅବଦାନକୁ ମନେ ପକାଇ ତାଙ୍କୁ ଆଉ ଏକ ସୁଯୋଗ ଦେବାକୁ ମତ ଦେଇଛନ୍ତି। ଜଣେ କର୍ମଚାରୀ ଲେଖିଛନ୍ତି, “ଆମେ ଜେନସେନ୍‌ଙ୍କ ସହ ଅଛୁ।” ଅନ୍ୟ ଜଣେ କର୍ମଚାରୀ ମଧ୍ୟ ତାଙ୍କୁ ପୁଣି ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି। ଏହାସହ ଜଣେ କର୍ମଚାରୀ କମ୍ପାନୀର ବୋର୍ଡକୁ ଇମେଲ୍ କରି ହୁଆଙ୍ଗଙ୍କ ଇସ୍ତଫା ପଛର କାରଣ ସମ୍ପର୍କରେ ଅଧିକ ସ୍ୱଚ୍ଛତା ରଖିବାକୁ ଦାବି କରିଛନ୍ତି। ତେବେ ୧୬୦୦ରୁ ଅଧିକ ମନ୍ତବ୍ୟକୁ ୧୬୦୦ ଜଣ ଭିନ୍ନ କର୍ମଚାରୀଙ୍କ ସମର୍ଥନ ବୋଲି ଧରାଯାଇପାରିବ ନାହିଁ।

ସୂଚନାଯୋଗ୍ୟ,ବ୍ୟକ୍ତିଗତ ସମ୍ପର୍କକୁ ନେଇ ଆସିଥିବା ରିପୋର୍ଟ ଓ ବିବାଦ ପରେ ହୁଆଙ୍ଗ ନଭେମ୍ବର ୧୨ରେ CEO ପଦରୁ ଇସ୍ତଫା ଦେଇଥିଲେ। ଏହା ପୂର୍ବରୁ ସେ ନିଜ ପତ୍ନୀଙ୍କ ପ୍ରତି ଅବିଶ୍ୱସ୍ତ ରହିଥିବା କଥା ସ୍ୱୀକାର କରି କର୍ମଚାରୀଙ୍କୁ ଇମେଲ୍‌ ମାଧ୍ୟମରେ କ୍ଷମା ମାଗିଥିଲେ। ତାଙ୍କ ଇସ୍ତଫା ପରେ କମ୍ପାନୀର CFO କୋଲେଟ୍ କ୍ରେସ୍‌ଙ୍କୁ ଅନ୍ତରୀଣ CEO ନିଯୁକ୍ତ କରାଯାଇଛି। ସ୍ଥାୟୀ CEO ଚୟନ ପାଇଁ କମ୍ପାନୀ ଆଭ୍ୟନ୍ତରୀଣ ଓ ବାହ୍ୟ ପ୍ରାର୍ଥୀଙ୍କୁ ବିଚାର କରୁଛି। ତେବେ ହୁଆଙ୍ଗଙ୍କୁ ପୁଣି CEO କରିବା ପାଇଁ ବୋର୍ଡ ନିଜ ନିଷ୍ପତ୍ତି ବଦଳାଇବାକୁ ଯାଉଛି ବୋଲି କୌଣସି ସଙ୍କେତ ମିଳିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories