Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Water Conservation: ଓଡ଼ିଶାର ୫ ଜିଲ୍ଲାରେ ୬୨୫ କୋଟିର ଜଳ ସଂରକ୍ଷଣ ପ୍ରକଳ୍ପ, ଉପକୃତ ହେବେ ୭୪ ଗାଁର ୭୨ ହଜାର ଲୋକ

ଭୁବନେଶ୍ୱର: ରାଜ୍ୟରେ ଜଳ ସଂରକ୍ଷଣ ଓ ଜଳ ସୁରକ୍ଷାକୁ ମଜବୁତ କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ଓଡ଼ିଶା ସରକାର। ମାତ୍ର ଏକ ମାସ ମଧ୍ୟରେ ୬୨୫.୪୭ କୋଟି ଟଙ୍କା ବ୍ୟୟ ଅଟକଳରେ ୫ଟି ଇନ୍‌ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର୍ (ISS) ପ୍ରକଳ୍ପକୁ ପ୍ରଶାସନିକ ଅନୁମୋଦନ ମିଳିଛି। ରାୟଗଡ଼ା, କଳାହାଣ୍ଡି, ଗଞ୍ଜାମ, ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ଏହି ପ୍ରକଳ୍ପ ନିର୍ମାଣ ହେବ। ଏହାଦ୍ୱାରା ୭୪ଟି ଗାଁର ପ୍ରାୟ ୭୨ ହଜାର ଲୋକ ଉପକୃତ ହେବେ।

ଏହି ୫ଟି ପ୍ରକଳ୍ପ ମଧ୍ୟରେ ରାୟଗଡ଼ାର ବଂଶଧାରା ନଦୀରେ ଧୁଆଁପଦର ଓ ନାଗାବଳୀ ନଦୀରେ ରେବତୀଗୁଡ଼ା, ଗଞ୍ଜାମର ବାହୁଦା ନଦୀରେ ଭୀମପୁର, କଳାହାଣ୍ଡିର ମୁରଲୀଯୋର ଏବଂ ଅଙ୍ଗ ନଦୀ ଉପରେ ବଲାଙ୍ଗିର ଓ ସୋନପୁର ପାଇଁ କୁଟାସିଂହା ବ୍ୟାରେଜ୍ ରହିଛି। ବର୍ଷା ଋତୁରେ ନଦୀରେ ପ୍ରବାହିତ ଅତିରିକ୍ତ ଜଳକୁ ଏହି ପ୍ରକଳ୍ପ ମାଧ୍ୟମରେ ସଂରକ୍ଷଣ କରାଯିବ। ପରେ ଗ୍ରୀଷ୍ମ ଋତୁ ଓ ଅଣବର୍ଷା ସମୟରେ ଏହି ଜଳ ବ୍ୟବହାର କରାଯାଇପାରିବ। ଏହାଦ୍ୱାରା ଭୂତଳ ଜଳସ୍ତର ବଢ଼ିବା ସହ କୂଅ ଓ ନଳକୂପରେ ଜଳ ଉପଲବ୍ଧତା ମଧ୍ୟ ବୃଦ୍ଧି ପାଇବ।

ପାନୀୟ ଜଳ ଯୋଗାଣ ସହ ଜଳସେଚନ, ପଶୁପାଳନ ଓ ଅନ୍ୟାନ୍ୟ ଗ୍ରାମୀଣ ଜୀବିକାକୁ ମଧ୍ୟ ଏହି ପ୍ରକଳ୍ପ ସହାୟତା କରିବ। ବିଶେଷକରି ଧୁଆଁପଦର, ମୁରଲୀଯୋର ଓ ରେବତୀଗୁଡ଼ା ପ୍ରକଳ୍ପ ମାଛ ଚାଷ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଆୟ ବଢ଼ିବା ସହ ଗ୍ରାମୀଣ ଅର୍ଥନୀତି ମଧ୍ୟ ସୁଦୃଢ଼ ହେବ। ୨୦୨୪ରୁ ରାଜ୍ୟ ସରକାର ମିଶନ୍ ମୋଡ୍‌ରେ ଏହି ଜଳ ସଂରକ୍ଷଣ କାର୍ଯ୍ୟକ୍ରମ ଚଳାଇଆସୁଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏହି ପଦକ୍ଷେପ ଦୀର୍ଘମିଆଦୀ ଜଳ ସୁରକ୍ଷା ଓ ଗ୍ରାମୀଣ ବିକାଶକୁ ଗୁରୁତ୍ୱ ଦେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories