Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୨୪ର ଲଢେଇ ନରେନ୍ଦ୍ର ମୋଦୀ ବନାମ ରାହୁଲ ଗାନ୍ଧୀ, କାହାକୁ ବାଛିବେ ପିଏମ: ଅମିତ୍ ଶାହା

ମୁମ୍ବାଇ: ଆଗାମୀ ଲୋକସଭା ନିର୍ବାଚନ ନରେନ୍ଦ୍ର ମୋଦୀ ବନାମ ରାହୁଲ ଗାନ୍ଧୀ ମଧ୍ୟରେ ହେବ। ଶନିବାର ଏହା କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ତଥା ବିଜେପିର ପ୍ରମୁଖ ରଣନୀତିକାର ଅମିତ୍ ଶାହା। ସେ କହିଛନ୍ତି, ଦେଶବାସୀଙ୍କୁ ନରେନ୍ଦ୍ର ମୋଦୀ ଓ ରାହୁଲ ଗାନ୍ଧୀଙ୍କ ମଧ୍ୟରୁ ଜଣକୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଚୟନ କରିବାକୁ ପଡ଼ିବ।

ଶାହା ଗୁରୁ ଗୋବିନ୍ଦ ସିଂଙ୍କୁ ପ୍ରଣାମ କରି ମହାରାଷ୍ଟ୍ରର ନାନ୍ଦେଡ଼ରୁ ନିର୍ବାଚନୀ ଅଭିଯାନ ଆରମ୍ଭ କରିଛନ୍ତି। ସେ କହିଛନ୍ତି ତାଙ୍କ ପାର୍ଟି କୌଣସି ବି ମୂଲ୍ୟରେ ଦେଶର ସାର୍ବଭୌମତାର ରକ୍ଷା କରିବ। ପିଏମ ମୋଦୀ ଯେଉଁଠି ପୂରା ଦୁନିଆରେ ଭାରତର ସମ୍ମାନ ବଢାଇଛନ୍ତି, ସେଠି ରାହୁଲ ଗାନ୍ଧୀ ବିଦେଶ ମାଟିରେ ଦେଶର ଅପମାନ କରିବାରେ ବ୍ୟସ୍ତ ଅଛନ୍ତି।

ଶାହା ମୋଦୀ ସରକାରଙ୍କ ୯ ବର୍ଷର ଉପଲବ୍ଧି ବଖାଣି ରାଲିରେ କହିଛନ୍ତି, ବିଦେଶ ସମ୍ମିଳନୀରେ ଦେଶର ନେତାମାନେ ଯେଉଁଠି ନରେନ୍ଦ୍ର ମୋଦୀଙ୍କୁ ବସ୍ କହୁଛନ୍ତି, ଅନ୍ୟପଟେ ରାହୁଲ ଗାନ୍ଧୀ ବିଦେଶ ମାଟିରେ ଭାରତର ପରମ୍ପରାକୁ ଭାଙ୍ଗୁଛନ୍ତି। ତେଣୁ ଜନତାଙ୍କୁ ନରେନ୍ଦ୍ର ମୋଦୀ ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରୁ ଜଣକୁ ପ୍ରଧାନମନ୍ତ୍ରୀ ହିସାବରେ ଚୟନ କରିବାକୁ ପଡ଼ିବ।

ଶାହା ମହାରାଷ୍ଟ୍ରର ୪୮ ଲୋକସଭା ଆସନରୁ ୪୫ଟିରେ ବିଜୟ ହାସଲ କରିବା ବିଜେପିର ଲକ୍ଷ୍ୟ ବୋଲି ଘୋଷଣା କରିବା ସହ ଉଦ୍ଧବ ଠାକରେଙ୍କୁ ପାଖଣ୍ଡି କହିଛନ୍ତି। ସେ କହିଛନ୍ତି, ୨୦୧୯ ମହାରାଷ୍ଟ୍ର ନିର୍ବାଚନର ପୂର୍ବ ସନ୍ଧ୍ୟାରେ ମୁଁ ଏବଂ ଦେବେନ୍ଦ୍ର ଫଡଣଭିସ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିଥିଲୁ। ଏହାକୁ ନେଇ ସହମତ ପ୍ରକାଶ ପାଇଥିଲା ଯେ, ଯଦି ବିଜେପିକୁ ବଡ଼ ଜନାଦେଶ ମିଳେ ତେବେ ଦେବେନ୍ଦ୍ର ଫଡଣବିସ ମୁଖ୍ୟମନ୍ତ୍ରୀ ହେବେ। ଏମିତି ହେବାରୁ ଠାକରେ ନିଜ କଥାରୁ ଓହରିଗଲେ ଏବଂ ମୁଖ୍ୟମନ୍ତ୍ରୀ ପଦ ଲାଳସାରେ କଂଗ୍ରେସ ସହ ମିଶିଗଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ