Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Mauricio Pochettino: ମାଞ୍ଚେଷ୍ଟର ୟୁନାଇଟେଡ୍‌ର ନୂଆ ହେଡ୍‌ କୋଚ୍ ହେଲେ ପୋଚେଟିନୋ, ନଭେମ୍ବର ୧୮ରୁ ସମ୍ଭାଳିବେ ଦାୟିତ୍ୱ

ନୂଆଦିଲ୍ଲୀ: ଇଂଲଣ୍ଡ ପ୍ରିମିୟର ଫୁଟବଲ୍‌ ଲିଗ୍‌ରେ ଏକ ବଡ଼ ପରିବର୍ତ୍ତନ ମଧ୍ୟରେ ମାଞ୍ଚେଷ୍ଟର ୟୁନାଇଟେଡ୍‌ର ନୂଆ ହେଡ୍‌ କୋଚ୍‌ ଭାବେ ଦାୟିତ୍ୱ ନେବାକୁ ରାଜି ହୋଇଛନ୍ତି ମୌରିସିଓ ପୋଚେଟିନୋ। କ୍ଲବ୍‌ ପକ୍ଷରୁ ଏହି ନିଯୁକ୍ତି ନେଇ ଘୋଷଣା କରାଯାଇଛି। ନଭେମ୍ବର ୧୮ ତାରିଖରୁ ସେ ଦଳର ଦାୟିତ୍ୱ ସମ୍ଭାଳିବେ। ଏଥିପାଇଁ ତାଙ୍କ ସହ ଅଢ଼େଇ ବର୍ଷର ଚୁକ୍ତି ହୋଇଛି।

ଆମେରିକା ପୁରୁଷ ଜାତୀୟ ଫୁଟବଲ୍‌ ଦଳର କୋଚ୍‌ ଭାବେ କାର୍ଯ୍ୟ କରୁଥିବା ପୋଚେଟିନୋ ନିଜର ଶେଷ ଦୁଇଟି ମ୍ୟାଚ୍‌ର ଦାୟିତ୍ୱ ପୂରଣ କରିବା ପରେ ମାଞ୍ଚେଷ୍ଟର ୟୁନାଇଟେଡ୍‌ରେ ଯୋଗଦେବେ। ଏଥିପାଇଁ କ୍ଲବ୍‌ ଆମେରିକା ଫୁଟବଲ୍‌ ଫେଡେରେସନ୍‌ ସହ ଚୁକ୍ତି କରିଛି। ପୂର୍ବରୁ ସେ ଟୋଟେନହାମ୍‌, ଚେଲ୍‌ସି ଓ ପ୍ୟାରିସ୍‌ ସେଣ୍ଟ୍‌ ଜର୍ମେନ୍‌ ଭଳି ପ୍ରମୁଖ କ୍ଲବ୍‌ର କୋଚ୍‌ ଭାବେ କାମ କରିଛନ୍ତି।

ମାଇକେଲ୍‌ କାରିକ୍‌ଙ୍କ ବିଦାୟ ପରେ ମାଞ୍ଚେଷ୍ଟର ୟୁନାଇଟେଡ୍‌ ନୂଆ କୋଚ୍‌ ଭାବେ ପୋଚେଟିନୋଙ୍କୁ ଚୟନ କରିଛି। ଚଳିତ ପ୍ରିମିୟର ଲିଗ୍‌ ସିଜନ୍‌ରେ ଦଳର ଖରାପ ପ୍ରଦର୍ଶନ ଏବଂ ପଏଣ୍ଟ ଟେବୁଲ୍‌ରେ ନିମ୍ନ ସ୍ଥାନ ଏବେ କ୍ଲବ୍‌ ପାଇଁ ଚିନ୍ତାର କାରଣ ହୋଇଛି। ଏଭଳି ସ୍ଥିତିରେ ପୋଚେଟିନୋଙ୍କ ନେତୃତ୍ୱରେ ଦଳ ପୁଣି ଥରେ ଭଲ ପ୍ରଦର୍ଶନକୁ ଫେରିବ ବୋଲି ଆଶା ରଖିଛି କ୍ଲବ୍‌।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ