Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Public Grievance: ଲୋକଙ୍କ ଅଭିଯୋଗ ଶୁଣିବାକୁ ବ୍ୟକ୍ତିଗତ ମୋବାଇଲ୍‌ ନମ୍ବର ସେୟାର କଲେ ଦକ୍ଷିଣାଞ୍ଚଳ ଆରଡିସି

ଭୁବନେଶ୍ୱର: ଲୋକଙ୍କ ସମସ୍ୟା ଓ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ନୂଆ ପଦକ୍ଷେପ ନେଇଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ (ଆରଡିସି) ବିଜୟ ଅମୃତା କୁଲାଙ୍ଗେ। ସେ ନିଜର ମୋବାଇଲ୍‌ ନମ୍ବରକୁ ସୋସିଆଲ୍‌ ମିଡିଆ ‘ଏକ୍ସ’ରେ ସେୟାର କରି ଦକ୍ଷିଣ ଓଡ଼ିଶାର ଲୋକଙ୍କୁ ସେମାନଙ୍କ ସମସ୍ୟା ଜଣାଇବାକୁ ଅନୁରୋଧ କରିଛନ୍ତି। ଏଣିକି ଅଭିଯୋଗ ଜଣାଇବା ପାଇଁ ଲୋକଙ୍କୁ ବ୍ରହ୍ମପୁରସ୍ଥିତ ଆରଡିସି କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ। ଫୋନ୍‌ କିମ୍ବା ହ୍ୱାଟ୍ସଆପ୍‌ ଜରିଆରେ ମଧ୍ୟ ସେମାନେ ନିଜ ସମସ୍ୟା ଜଣାଇପାରିବେ।

ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଧୀନରେ ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ରହିଛି। ଏହି ୮ଟି ଜିଲ୍ଲାର ଲୋକେ ନିଜ ଅଞ୍ଚଳର ଅସମ୍ପୂର୍ଣ୍ଣ କାମ, ସରକାରୀ ସେବାରେ ସମସ୍ୟା ଓ ଅନ୍ୟାନ୍ୟ ଅଭିଯୋଗ ସମ୍ପର୍କରେ ତାଙ୍କୁ ଜଣାଇପାରିବେ। ଏଥିସହ ସମସ୍ୟା ସମ୍ପର୍କିତ ଫଟୋ ଓ ଲିଖିତ ଅଭିଯୋଗ ମଧ୍ୟ ପଠାଇପାରିବେ। ଅଭିଯୋଗଗୁଡ଼ିକୁ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖି ସମାଧାନ କରିବାକୁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି।

ଏହି ପଦକ୍ଷେପ ଘୋଷଣା ହେବାର ଦୁଇ ଦିନ ମଧ୍ୟରେ ୧୫୦ରୁ ଅଧିକ ଅଭିଯୋଗ ଆସିଥିବା ଆପଣ ଦେଇଥିବା ସୂଚନାରେ ଉଲ୍ଲେଖ ରହିଛି। ସେଥିମଧ୍ୟରୁ କିଛି ଅଭିଯୋଗର ସମାଧାନ ହୋଇଥିବା ମଧ୍ୟ ଜଣାପଡ଼ିଛି। ଅଭିଯୋଗଗୁଡ଼ିକର ଅନୁଧ୍ୟାନ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ନଜର ରଖିବାକୁ ଆରଡିସି କାର୍ଯ୍ୟାଳୟରେ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories