Rekha Sindoor Mystery: ୭୨ ବର୍ଷ ବୟସରେ ବି ସିନ୍ଥିରେ ସିନ୍ଦୂର, ରାଷ୍ଟ୍ରପତିଙ୍କ ପ୍ରଶ୍ନରେ ଅଭିନେତ୍ରୀ ଦେଇଥିଲେ ଏମିତି ଉତ୍ତର!
ବଲିଉଡ୍ର ସଦାବହାର ଅଭିନେତ୍ରୀ ରେଖାଙ୍କ ସୌନ୍ଦର୍ଯ୍ୟ ଓ ବ୍ୟକ୍ତିଗତ ଜୀବନ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ତାଙ୍କ ସିନ୍ଥିରେ ଦେଖାଯାଉଥିବା ସିନ୍ଦୂରକୁ ନେଇ ମଧ୍ୟ ଦୀର୍ଘବର୍ଷ ଧରି ଅନେକ ପ୍ରଶ୍ନ ଓ ଚର୍ଚ୍ଚା ହେଉଛି। ତାଙ୍କ ଜୀବନରେ ସ୍ୱାମୀ କିମ୍ବା ସାଥୀ ନଥିବା ସତ୍ତ୍ୱେ ସେ କାହା ନାମରେ ସିନ୍ଦୂର ଲଗାନ୍ତି, ଏହି ପ୍ରଶ୍ନ ଅନେକଙ୍କ ମନରେ ରହିଛି। ଏପରିକି ଥରେ ଦେଶର ତତ୍କାଳୀନ ରାଷ୍ଟ୍ରପତି ନୀଲମ ସଞ୍ଜୀବ ରେଡ୍ଡୀ ମଧ୍ୟ ରେଖାଙ୍କୁ ଏହାର କାରଣ ପଚାରିଥିଲେ। ୧୯୮୧ ମସିହାରେ ‘ଉମରାଓ ଜାନ୍’ ଚଳଚ୍ଚିତ୍ର ପାଇଁ ରେଖା ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ଗ୍ରହଣ କରୁଥିବା ସମୟରେ ରାଷ୍ଟ୍ରପତି ତାଙ୍କ ସିନ୍ଥିରେ ସିନ୍ଦୂର ଦେଖି ଏହାର ରହସ୍ୟ ପଚାରିଥିଲେ।
ଯାସିର ଉସ୍ମାନଙ୍କ ପୁସ୍ତକ ‘Rekha: The Untold Story’ରେ ଏହି ଘଟଣାର ଉଲ୍ଲେଖ ରହିଛି। ରେଖା ଏହାର ଉତ୍ତରରେ କହିଥିଲେ, “ମୁଁ ଯେଉଁ ସହରରୁ ଆସିଛି, ସେଠାରେ ସିନ୍ଥିରେ ସିନ୍ଦୂର ଲଗାଇବା ଏକ ସାଧାରଣ କଥା। ଏହା ଏକ ଫ୍ୟାଶନ୍।” ତାଙ୍କର ଏହି ଉତ୍ତର ସେତେବେଳେ ମଧ୍ୟ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ାଇଥିଲା। ତେବେ ସିନ୍ଦୂର ପଛର ପ୍ରକୃତ କାରଣ ସମ୍ପର୍କରେ ରେଖା କେବେ ସ୍ପଷ୍ଟ ଭାବେ କିଛି କହିନାହାନ୍ତି। ‘ନାଗିନ୍’, ‘ମୁକଦ୍ଦର କା ସିକନ୍ଦର’, ‘ମିଷ୍ଟର ନଟବରଲାଲ୍’, ‘ଖୁବସୁରତ୍’, ‘ଉମରାଓ ଜାନ୍’ ଓ ‘ଖୂନ୍ ଭରି ମାଙ୍ଗ୍’ ଭଳି ଚଳଚ୍ଚିତ୍ରରେ ଦମ୍ଦାର ଅଭିନୟ ପାଇଁ ରେଖା ଆଜି ବି ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ରଖିଛନ୍ତି।

