Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Tourism Boom in Odisha: ୨୦୩୬ ସୁଦ୍ଧା ଖୋଲିବ ୧୫ ହଜାର ନୂଆ Hotel Rooms

ଭୁବନେଶ୍ୱର: ୨୦୩୬ ସୁଦ୍ଧା ଓଡ଼ିଶାରେ ୧୫ ହଜାର ନୂଆ ହୋଟେଲ୍‌ ରୁମ୍‌ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୪୨ଟି ବ୍ରାଣ୍ଡେଡ୍‌ ହୋଟେଲ୍‌ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଗଞ୍ଜାମ, ପୁରୀ, କୋରାପୁଟ, ବାଲେଶ୍ୱର, ଖୋର୍ଦ୍ଧା, ମୟୂରଭଞ୍ଜ, କନ୍ଧମାଳ, କଟକ ଓ ଝାରସୁଗୁଡ଼ା ସମେତ ଭୁବନେଶ୍ୱରରେ ନୂଆ ୩ ଷ୍ଟାର୍‌ ଓ ୫ ଷ୍ଟାର୍‌ ହୋଟେଲ୍‌ ଖୋଲିବାକୁ ଯୋଜନା ରହିଛି। ଟିକରପଡ଼ା, ସାତପଡ଼ା, ତପ୍ତପାଣି, ପୁରୀ ଓ ଦାରିଙ୍ଗବାଡ଼ି ଭଳି ପର୍ଯ୍ୟଟନସ୍ଥଳୀରେ ମଧ୍ୟ ନୂଆ ହୋଟେଲ୍‌ ନିର୍ମାଣକୁ ପ୍ରାଧାନ୍ୟ ଦିଆଯାଉଛି। ପର୍ଯ୍ୟଟନ କ୍ଷେତ୍ରରେ ମୋଟ ₹୧୧,୫୦୯ କୋଟିର ନୂଆ ନିବେଶ ପ୍ରସ୍ତାବ ମିଳିଥିବା ବେଳେ ଏହା ଦ୍ୱାରା ପ୍ରାୟ ୧.୨୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ଆଶା କରାଯାଉଛି।
ଜିଲ୍ଲାୱାରୀ ପ୍ରସ୍ତାବ ମଧ୍ୟରେ ଖୋର୍ଦ୍ଧା ପାଇଁ ୧,୦୦୦ କୋଟିରୁ ଅଧିକ, କଟକ ପାଇଁ ୮୫୦ କୋଟି, କୋରାପୁଟ ପାଇଁ ୫୩୦ କୋଟି, ଜଗତସିଂହପୁର ପାଇଁ ୫୨୫ କୋଟି ଓ ଗଞ୍ଜାମ ପାଇଁ ୫୧୦ କୋଟି ଟଙ୍କାର ପ୍ରକଳ୍ପ ରହିଛି। ଏହାସହ ବାଲେଶ୍ୱର ଓ ଭଦ୍ରକ ପାଇଁ ଯଥାକ୍ରମେ ୨୯୦ କୋଟି ଓ ୨୨୦ କୋଟି ଟଙ୍କାର ହୋଟେଲ୍‌, ରିସର୍ଟ ଓ ଇକୋ-ଟୁରିଜିମ୍‌ ପ୍ରକଳ୍ପ ପ୍ରସ୍ତାବ ମିଳିଛି। ଆତିଥ୍ୟ ଭିତ୍ତିଭୂମି ପାଇଁ ୨୦୨୬ରୁ ୨୦୩୧ ମଧ୍ୟରେ ୫,୫୦୦ ଏକର ଜମି ସଂଗ୍ରହ ଉଦ୍ଦେଶ୍ୟରେ ସରକାର ₹୧,୫୦୦ କୋଟିର ଯୋଜନାକୁ ଅନୁମୋଦନ ଦେଇଛନ୍ତି। ନୂଆ ନୀତି ଅନୁଯାୟୀ ଷ୍ଟାର୍‌ ହୋଟେଲ୍‌ ପାଇଁ ସର୍ବନିମ୍ନ କୋଠରୀ ସଂଖ୍ୟା ୫୦ରୁ ୧୦କୁ ହ୍ରାସ କରାଯାଇଛି ଏବଂ ପୁଞ୍ଜି ସବ୍‌ସିଡି ସୀମା ୨୦ କୋଟିରୁ ବଢ଼ାଇ ସର୍ବାଧିକ ୧୨୦ କୋଟି ଟଙ୍କା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ