Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ରେ ଭଗବାନ ବିର୍ସାମୁଣ୍ଡା ଙ୍କ 151 ତମ ଜନ୍ମ ଜୟନ୍ତୀ ପାଳିତ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ମିନି ଷ୍ଟାଡିୟମ ଠାରେ ସୁବର୍ଣ୍ଣପୁର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଯୋଗୀନ୍ଦ୍ର ମିର୍ଦ୍ଧାଙ୍କ ସଭାପତିତ୍ୱରେ ଧରତୀ ଅବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ରବିବାର ଏ ଅବସରରେ ବୀରମହରାଜପୁର ସ୍ଥିତ ଉଫୁଲା ମା ନାରାୟଣୀ ମନ୍ଦିର ଠାରୁ ପାରମ୍ପାରିକ ଅସ୍ତ୍ର ଧରି ବାଜା ବଜାଇ ଶୋଭାଯାତ୍ରାରେ ବାହାରି ଆଦିବାସୀ ମାନଙ୍କର ଅଧିକାର ସାବ୍ୟସ୍ତ ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କୁ ଉପଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା l ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ସୁବର୍ଣ୍ଣପୁର ଆଦିବାସୀ କଲ୍ୟାଣ ସଙ୍ଘ ସଭାପତି ଯୋଗୀନ୍ଦ୍ର ଭୋଇ ଯୋଗଦାନ କରି ଭଗବାନ ବିର୍ସା ମୁଣ୍ଡାଙ୍କ ବିଷୟରେ ଆଲୋକପାତ କରି ଆଦିବାସୀ ସମାଜ କିଭଳି ସଂଗଠିତ ହୋଇ ନିଜର ହକ ଆଉ ଅଧିକାରକୁ ସାବ୍ୟସ୍ତ କରିବେ, ସେଥିପ୍ରତି ଆହ୍ୱାନ କରିଥିଲେ l ମୁଖ୍ୟବକ୍ତା ସସ୍ମିତା ମଲ୍ଲିକ, ସଭାନେତ୍ରୀ, ଆଦିବାସୀ କଲ୍ୟାଣ ସଙ୍ଘ, ସୁବର୍ଣ୍ଣପୁର, ସମ୍ମାନିତ ଅତିଥି ଭାବରେ ଗୁପ୍ତେଶ୍ୱର ମଲ୍ଲିକ ଆଦିବାସୀ କଲ୍ୟାଣ ସଙ୍ଘ , ସୁବର୍ଣ୍ଣପୁର, ଲମ୍ବୋଦର ଧରୁଆ, ଆଦିବାସୀ କଲ୍ୟାଣ ସଙ୍ଘ, ସୁବର୍ଣ୍ଣପୁର, ନନ୍ଦନ ବାରିକ, ସଭାପତି ଆଦିବାସୀ କଲ୍ୟାଣ ସଙ୍ଘ ଉଲୁଣ୍ଡା ଶାଖା, ବଲଭଦ୍ର କଅଁର, ଆଦିବାସୀ କଲ୍ୟାଣ ସଙ୍ଘ, ତରଭା ଶାଖା, ବିରଞ୍ଚି କଅଁର, ଆଦିବାସୀ କଲ୍ୟାଣ ସଙ୍ଘ, ବିନିକା ଶାଖା, ସୁରେଶ ଭୋଇ, ଆଦିବାସୀ କଲ୍ୟାଣ ସଙ୍ଘ, ଡୁଙ୍ଗୁରିପାଲି ଶାଖା, ଗୌରୀ କୁମୁରା ଗୋଂଡ଼ ସମାଜ ସଭାନେତ୍ରୀ, ସୁବର୍ଣ୍ଣପୁର, ସମ୍ପାଦକ ତରଭା ଶାଖା କାପୁର୍ଚନ କଅଁର,ସମ୍ପାଦକ ଉଲୁଣ୍ଡା ଶାଖା ବରୁଣ ଭୋଇ, ସମ୍ପାଦକ ସୋନପୁର ବ୍ଲକ ଶାଖା ଶୁକଦେବ ମଲ୍ଲିକ, କାର୍ଯ୍ୟକାରୀ ସଭାପତି ବିନିକା ବ୍ଲକ ଭାଗିରଥି ମରପାଚି, କୋଷାଧକ୍ଷ ବୀରମହରାଜପୁର ଶାଖା ଦୁଃଖିଶ୍ୟାମ ଭୋଇ, କୋଷାଧକ୍ଷ ରାଜେନ୍ଦ୍ର ଝାଙ୍କର ତରଭା ଶାଖା, ଆଦିବାସୀ କଲ୍ୟାଣ ସଙ୍ଘ ମିଡ଼ିଆ ସେଲ୍ ସଂଯୋଜକ ସାଧବ କଅଁର, ପୂର୍ବତନ ସମ୍ପାଦକ ଉଲୁଣ୍ଡା ଶାଖା ଅଚ୍ୟୁତ ପଧାନ କୋଷାଧକ୍ଷ ଶାଖା ଡୁଙ୍ଗୁରିପାଲି ଶାଖା ସୁରେନ୍ଦ୍ର କୁଅଁର, କୋଷାଧକ୍ଷ ସୋନପୁର ଶାଖା ତେଜରାଜ ଧରୁଆ ପ୍ରମୁଖ ଯୋଗଦାନ କରି ଭଗବାନ ବିର୍ସା ମୁଣ୍ଡାଙ୍କ ଉପରେ ଆଲୋକପାତ କରିଥିଲେ l ମକୁନ୍ଦ ଧରୁଆ ମଞ୍ଚ ପରିଚାଳନା କରିଥିବାବେଳେ ବୀରମହାରାଜପୁର ଆଦିବାସୀ କଲ୍ୟାଣ ସଙ୍ଘ ସମ୍ପାଦକ ପ୍ରମୋଦ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l ବିଶ୍ଵାମିତ୍ର ନାଏକ, ଶ୍ୟାମସୁନ୍ଦର ପଧାନ ଭାଗିରଥି ମୁଣ୍ଡା ପ୍ରମୁଖ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ