Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ସାଂସ୍କୁତିକ ସାଂସଦ ପକ୍ଷରୁ ନୂତନ ଜିଲ୍ଲାପାଳ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଏବଂ ଜାତୀୟ ପ୍ରେସ ଦିବସ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଅଗ୍ରଣୀ ସଂଗଠନ ବୀରମହାରାଜପୁର ସାଂସ୍କୃତିକ ସଂସଦ ପକ୍ଷରୁ ନୂତନ ଜିଲ୍ଲାପାଳ ଦେବାଶିଷ ସିଂ ଏବଂ ନୂତନ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନଙ୍କୁ ଆଜି ବୀରମହାରାଜପୁର ମୈତ୍ରୀ ସଦନ ଠାରେ ସ୍ବାଗତ ସମ୍ମର୍ଦ୍ଧନା ଅର୍ପଣ କରାଯାଇଥିଲା l ସୋମବାର ସାଂସ୍କୃତିକ ସଂସଦ ର ସ୍ଥାୟୀ ସଭାପତି ତଥା ବୀରମହାରାଜପୁର ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମର୍ଦ୍ଧନା ସଭାରେ ସାଂସ୍କୃତିକ ସଂସଦର କାର୍ଯ୍ୟକାରୀ ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରି ପ୍ରଥମେ ସ୍ବାଗତ ଭାଷଣ ଦେଇଥିଲେ l ଜିଲ୍ଲାପାଳ ଦେବାଶିଷ ସିଂ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ ନିଜ ନିଜ ମନ୍ତବ୍ୟ ଦେଇଥିଲେ I ଯୁଗଳ କିଶୋର ମିଶ୍ର, ଦ୍ଵିତିକୃଷ୍ଣ ପଣ୍ଡା, କିଶୋର ହୋତା ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ l ଏହି ଅବସରରେ ଏକ କୁଇଜ୍ ଏବଂ ବକୃତା ପ୍ରତିଯୋଗୀତା ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଅୟୋଜିତ ହୋଇଥଲା l କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା l ପ୍ରତିଯୋଗୀତା ର ବିଚାରକ ଭାବରେ ଅବସରପ୍ରାପ୍ତ ଅଧ୍ୟାପକ ଦୀନବନ୍ଧୁ ମେହେର, ଦ୍ଵିତିକୃଷ୍ଣ ପଣ୍ଡା, ଏବଂ ଭୂଷଣ କୁମାର ପାତ୍ର, ଅଧ୍ୟାପିକା ସନ୍ତୋଷିନି ନାୟକ ପ୍ରମୁଖ ରହିଥିଲେ l ସଭା ପ୍ରାରମ୍ଭରେ ପ୍ରଭାତ ଦାସ ଏବଂ ସାଥିଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ଲକ୍ଷ୍ମୀ ନାରାୟଣ ସାହୁ ପରିଚାଳନା କରିଥିବାବେଳେ ଅକ୍ଷୟ କୁମାର ରାଏ ପୁରସ୍କାର ବିତରଣ ଉତ୍ସବର ପରିଚାଳନା କରିଥିଲେ l ଶେଷରେ ସଂସଦର ସମ୍ପାଦକ ଭୂଷଣ କୁମାର ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ