Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପକ୍ଷୀ ପ୍ରେମୀ ସତ୍ୟଜିତ ଗଡୁଆ ଙ୍କ ଦ୍ଵାରା ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର

ଉଲୁଣ୍ଡା :
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପକ୍ଷୀପ୍ରେମୀ ସତ୍ୟଜିତ ଗଡୁଆଙ୍କ ଦ୍ୱାରା ଆହତ ହୋଇଥିବା ଏକ ବିରଳ ପ୍ରଜାତିର ପକ୍ଷୀ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି l ଶୀତକାକର ଘନ କୁହୁଡିରେ ସକାଳୁ ସକାଳୁ ଠେଙ୍ଗୋ ଡେମ ରାସ୍ତା ପାର୍ଶ୍ଵରେ ପଡ଼ି ରହି ଛଟ ପଟ ହେଉଥିବା ଖବର ପାଇ ପକ୍ଷୀପ୍ରେମୀ ସତ୍ୟଜିତ ତୁରନ୍ତ ସେହି ସ୍ଥାନକୁ ଯାଇ ଆହତ ରକ୍ତ ଜୁଡୁବୁଡୁ ଏହି ବିରଳ ଅଜଣା ପକ୍ଷୀଟିକୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣି ଘାତ ହୋଇଥିବା ଡେଣାରେ ବିଟାଡିନ ତରଳ ଦେଇ ସଫା କରି ବଟା ହଳଦୀ ପ୍ରଲେପ ଦେବା ସହ ଗ୍ଲୁକୋଜ ପାଣି ପିଆଇଥିଲେ l କିଛି ସମୟ ସୂର୍ଯ୍ୟ କିରଣରେ ରଖିବା ପରେ ପକ୍ଷୀଟି ସୁସ୍ଥ ଅନୁଭବ କରିବା ପରେ ତାର ପ୍ରାକୃତିକ ବାସସ୍ଥଳୀରେ ନେଇ ଛାଡିଦେଇଥିଲେ l ସତ୍ୟଜିତଙ୍କ ଏଭଳି କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣା ସାଜୁଥିବା ବେଳେ “ଜୀବେ ଦୟା ” କାର୍ଯ୍ୟକ୍ରମ ଜନସାଧାରଣରେ ଉଚ୍ଚପ୍ରଶଂସନୀୟ ମନେକରାଯାଉଅଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ