ଫେରାର ଜୁଆ ଖେଳ ଅପରାଧୀ ମିଶାଲ ଲକ୍ଷ୍ମୀ ନାରାୟଣ ଗିରଫ
ଫେରାର ଜୁଆ ଖେଳ ଅପରାଧୀ ମିଶାଲ ଲକ୍ଷ୍ମୀ ନାରାୟଣ ଗିରଫ
ପାରଳାଖେମୁଣ୍ଡି:୧୮/୧୧(ଗରୁଡ଼ ଧ୍ୱଜ ଚୌଧୁରୀ)
ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଆଜି ତା. ୧୮.୧୧.୨୦୨୬ ରିଖ ପୂର୍ବାହ୍ନ ୨ ଘଟିକା ସମୟରେ ଏକ ଫେରାର ଅଭିଯୁକ୍ତ ମିଶାଲ ଲକ୍ଷ୍ମୀ ନାରାୟଣ (୫୨), ପିତା- ସ୍ୱର୍ଗତ ଚନ୍ଦ୍ରୟା, ଗ୍ରାମ- ବେତାଗୁଡ଼ା, ଥାନା- ପାରଳାଖେମୁଣ୍ଡି, ଜିଲ୍ଲା- ଗଜପତିଙ୍କୁ ଗିରଫ କରାଯାଇଛି । ପାରଳାଖେମୁଣ୍ଡି ଆଦର୍ଶ ଥାନା କେସ୍ ନଂ. 427, dated 12.10.2026, U/s 112(2) BNS R/w Sec 3 of the Orissa Prevention of Gambling Act ଅନୁଯାୟୀ ରୁଜୁ ହୋଇଥିବା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଗତ ତା. ୧୨.୧୦.୨୦୨୬ ରିଖ ଦିନ ପଦ୍ମପୁର ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲ ପାଖରେ ବେଆଇନ ଜୁଆ ଖେଳ ଚାଲିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାରଳାଖେମୁଣ୍ଡି ପୋଲିସ ସେଠାରେ ଚଢ଼ାଉ କରିଥିଲା ଏବଂ ଘଟଣାସ୍ଥଳରୁ ୬ ଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲା । ଉକ୍ତ ଚଢ଼ାଉ ସମୟରେ ସେଠାରୁ ନଗଦ ୬,୧୦୦/- ଟଙ୍କା, ୪ ପ୍ୟାକେଟ୍ ତାସ୍, ୩ଟି ମୋବାଇଲ୍ ଫୋନ୍ ଏବଂ ୨ଟି ମୋଟରସାଇକେଲ୍ ଜବତ କରାଯାଇଥିଲା । ତେବେ ଅଭିଯୁକ୍ତ ମିଶାଲ ଲକ୍ଷ୍ମୀ ନାରାୟଣ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲା ଏବଂ ସେବେଠାରୁ ଫେରାର ଥିଲା । ଅଧିକ ତଦନ୍ତ ସମୟରେ ପୋଲିସ ଆଜି ଉକ୍ତ ଅଭିଯୁକ୍ତକୁ ଠାବ କରି ଗିରଫ କରିବାରେ ସଫଳ ହୋଇଛି । ତାଙ୍କର ପୂର୍ବ ଅପରାଧିକ ରେକର୍ଡ ଯାଞ୍ଚ କରିବାରୁ ଜଣାପଡ଼ିଛି ଯେ ସେ ଜଣେ ଅଭ୍ୟାସଗତ ଜୁଆ ଅପରାଧୀ ଏବଂ ତାଙ୍କ ନାମରେ ପୂର୍ବରୁ ପାରଳାଖେମୁଣ୍ଡି ଥାନାରେ ଓଡ଼ିଶା ଜୁଆ ନିବାରଣ ଆଇନର ଧାରା ୩ ଅନୁଯାୟୀ ୫ଟି ଜୁଆ ମାମଲା (ଥାନା କେସ୍ ନଂ. ୧୬୮/୨୦୨୫, ୧୫୬/୨୦୨୨, ୧୭୯/୨୦୨୧, ୮୬/୨୦୧୬ ଏବଂ ୧୪୩/୨୦୧୫) ରୁଜୁ ହୋଇଛି । ଗିରଫ ପରେ ଅଭିଯୁକ୍ତଙ୍କୁ ଆଜି ରିଖରେ ମାନ୍ୟବର SDJM କୋର୍ଟ, ପାରଳାଖେମୁଣ୍ଡିରେ ହାଜର କରାଯାଇଥିଲା ଏବଂ ସେଠାରେ ତାଙ୍କର ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ (ଜେଲ୍) ପଠାଇ ଦିଆଯାଇଛି ।

