Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିରୋଧୀଙ୍କୁ ସମାପ୍ତ କରିବାକୁ ଚାହାନ୍ତି ପିଏମ ମୋଦୀ, ଦିଲ୍ଲୀରେ ବିଧାନସଭା ରହିବାର ଅର୍ଥ କ’ଣ: ସିବଲ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଶାସନିକ ସେବା ଉପରେ ନିୟନ୍ତ୍ରଣ ସଂପର୍କିତ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ରବିବାର ଆମ୍ ଆଦମୀ ପାର୍ଟିର ମହାରାଲି ଆୟୋଜିତ ହୋଇଛି। ଏହି ରାଲିରେ ରାଜ୍ୟସଭାର ସଦସ୍ୟ କପିଲ୍ ସିବଲ୍ ମଧ୍ୟ ଯୋଗ ଦେଇଛନ୍ତି। ସେ ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ବିରୋଧୀ ଦଳଗୁଡ଼ିକୁ ସମାପ୍ତ କରିବାକୁ ଚାହାନ୍ତି। ଯଦି ବିରୋଧୀ ଦଳ ଏକଜୁଟ୍ ହେବେ ନାହିଁ ତେବେ ଏହି ସକରାର ବିରୋଧୀଙ୍କୁ ନିପାତ କରି ଦେବ।

ସିବଲ୍ କହିଛନ୍ତି, କେନ୍ଦ୍ର ସରକାର ସର୍ବଦା ଏହି ପ୍ରୟାସ କରୁଛନ୍ତି ଯେ, ନିର୍ବାଚିତ ସରକାରଙ୍କ ସମସ୍ତ କ୍ଷମତା ଯେମିତି ନିଜ ହାତରେ ରହିବ। ମାତ୍ର ଦିଲ୍ଲୀ ଜନତାଙ୍କ ଭରସା କେଜରିଓ୍ଵାଲଙ୍କ ଉପରେ ରହିଛି। ଏହି କଥାକୁ ମୋଦୀ ଏବଂ ବିଜେପି ହଜମ କରି ପାରୁନି। କେନ୍ଦ୍ର ସରକାର ଦେଶର ବିକାଶ ପାଇଁ ୬୦ ମାସ ସମୟ ମାଗିଥିଲେ। ଯାହା ବର୍ତ୍ତମାନ ଘଟୁଛି ତାହା ସମସ୍ତେ ଦେଖୁଛନ୍ତି। ଆଜି ଗଣତନ୍ତ୍ର ଏବଂ ଭାଇଚାରା ବିପଦରେ ରହିଛି। ଆଜି ସମସ୍ତ ବିରୋଧୀ ଦଳଗୁଡ଼ିକୁ ମିଶି ମୋଦୀଙ୍କ ସାମ୍ନା କରିବାକୁ ପଡ଼ିବ। ଦିଲ୍ଲୀବାସୀ ମୁଖ୍ୟମନ୍ତ୍ରୀ ନିର୍ବାଚିତ କଲେ, ହେଲେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ କାମ କରିବାକୁ ଦେଉ ନାହାନ୍ତି।

ସିବଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଦିଲ୍ଲୀରେ ବିଧାନସଭା ରହିବାର ଅର୍ଥ ଲୋକେ ଚାହୁଁଛନ୍ତି ଦିଲ୍ଲୀବାସୀଙ୍କ ସ୍ଵରରେ ଦିଲ୍ଲୀ ସରକାର ଚାଲୁ। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ରଦ୍ଦ କରି ପାରିବ ନାହିଁ। ଯଦି ସବୁ କିଛି କେନ୍ଦ୍ର ସରକାର କରିବେ ତେବେ ବିଧାନସଭା ରହିବାର ଅର୍ଥ କଣ ?

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ