ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ
ବୀରମହାରାଜପୁର : ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ଜନ୍ମ ଜୟନ୍ତୀ ଆଜି ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ପାଳିତ ହୋଇଯାଇଛି l ଏ ଅବସରରେ ସ୍ୱାଧୀନତା ସଂଗ୍ରାମୀ, ଓଡିଶା ପ୍ରଦେଶର ଅନ୍ୟତମ ନିର୍ମାତା ତଥା ପ୍ରଥମ ମୁଖ୍ୟମନ୍ତ୍ରୀ ଉତ୍କଳ କେସରୀ ଡ. ହରେକୃଷ୍ଣ ମହତାବଙ୍କ ଜୀବନୀ ଉପରେ ଅତିଥି ମାନେ ବିସ୍ତୃତ ଆଲୋଚନା କରିଥିଲେ I ଶନିବାର ସଂଗଠନର ସଭାପତି ଦୟାନିଧି ହୋତା ଙ୍କ ଅଧ୍ୟକ୍ଷତା କ୍ରମେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ ବଲାଙ୍ଗୀର ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଅଧିକାରୀ ଶ୍ୟାମ ସୁନ୍ଦର ସେଠୀ ଏବଂ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷl ନିରୀକ୍ଷକ ତଥl ସଂଗଠନର ପୂର୍ବତନ ସଭାପତି ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାଢୀ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ I ଅବସରପ୍ରାପ୍ତ ହରିହର ଜୋର ଜଳସେଚନ ପ୍ରକଳ୍ପ ର କର୍ମଚାରୀ ସୁରୁ ସାହୁ ଙ୍କ ସଂଯୋଜନାରେ ଆୟାଜିତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ତଥା ସଂଘ ର କୋଷାଧ୍ୟକ୍ଷ ଅକ୍ଷୟ କୁମାର ମିଶ୍ର ମଞ୍ଚାସୀନ ଥିଲେ l ଶେଷରେ ସଂଗଠନର ବରିଷ୍ଠ ସଦସ୍ୟ ନିରାପଦ ମାଇତି ଧନ୍ୟବାଦ ଅର୍ପଣ କରିଥିଲେ I

