Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହନୁମାନ ମନ୍ଦିର ରେ ଚତୁର୍ଥ ପ୍ରହର ନାମ ଯଜ୍ଞ l

ଅସ୍ତରଙ୍ଗ,, ପୁରି ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ଛୁରିଆନା ଗ୍ରାମ ପଞ୍ଚାୟତ ର କଣମଣ ନଦୀକୂଳ ଛକ ନିଜଟରେ କେଉଁ ଆବାହନ କାଳରୁ ପୂଜା ପାଇ ଆସୁଥୁବା ଜୟ ଶ୍ରୀ ଶ୍ରୀ ମହାବୀର ହନୁମାନ ମନ୍ଦିର ରେ ଶନିବାର ଦିନ ଏକାଦସି ତିଥିରେ ଚତୁର୍ଥ ପ୍ରହର ଅଷ୍ଟ ପ୍ରହରି ନାମ ଯଜ୍ଞ ଅନୁଷ୍ଠିତ ହୋଇ ଯାଇ ଯାଇ ଅଛି l ଅପରାହ୍ନ ଦୁଇ ଘଟିକା ସମୟ ରେ, ଶୁଭାଦିବାସ,, ନିକଟ ବଙ୍ଗୋପ ସାଗର ରୁ କଳସ ଯାତ୍ରା ସହ, ପ୍ରସାଦ ସେବନ ଓ ରବିବାର ଦିନ ନଗର କୀର୍ତ୍ତନ ଓ ଅପରାହ୍ନ ରେ ପ୍ରସାଦ ସେବନ ର କାର୍ଯ୍ୟକ୍ରମ ରହି ଅଛି l ଏହି ପବିତ୍ର କାର୍ଯ୍ୟକ୍ରମ ରେ କର୍ତ୍ତା ଭାବେ ଦିଲ୍ଲୀପ ସ୍ୱାଇଁ ରହିଥିବା ବେଳେ, ପଣ୍ଡିତ ଟିକି ନନା ଙ୍କ ପୂଜା ଅର୍ଚନା ପୂଜା ସ୍ଥଳୀକୁ ସରଗରମ କରିଥିବାର ଦେଖା ଯାଇଥିଲା l ଏହି ସବୁ କାର୍ଯ୍ୟକ୍ରମ କୁ କଣମଣ ଓ ଶ୍ରୀବନ୍ତପୁର ଗ୍ରାମ ବାସିଙ୍କ ସମେତ ମହାବୀରମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ସାହାଯ୍ୟ ସହଯୋଗ କରିଥିବା ବେଳେ, ଏହି ସମସ୍ତ କାର୍ଯ୍ୟକ୍ରମ ର ନେତୃତ୍ୱ ନେଇଛନ୍ତି କାହ୍ନୁଚରଣ ବିଶ୍ୱାଳ, ହରିହର ବାରିକ ପ୍ରମୁଖ ମନ୍ଦିର କମିଟି ର ସଦସ୍ୟ ଗଣ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ