Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାନପୋଡାଗୁଡା କ୍ଲଷ୍ଟର ସ୍ତରୀୟ ସମ୍ବିଧାନ ଦିବସ ପାଳନ।

କଳାହାଣ୍ଡି,୨୭/୧୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ ସାନପୋଡାଗୁଡା କ୍ଲଷ୍ଟର ସ୍ତରୀୟ ସମ୍ବିଧାନ ଦିବସ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସିର୍ଲିଗୁଡା ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଉଦ୍ଘାଟନୀ ଉତ୍ସବ ରେ . ଅତିରିକ୍ତ ଶିକ୍ଷା ଅଧିକାରୀ ସଂଜୀବ ପାଢ଼ୀ, ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବବିତା ମାଝୀ, ସାନପୋଡାଗୁଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଚମ୍ପେଶ୍ୱର ନାଏକ, ଚୋରନିଦୁଆର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମହେଶ୍ୱର ପୁଝାରୀ, ବିଦ୍ୟାଳୟ କମିଟି ସଭାପତି ଜନାର୍ଦ୍ଧନ ଦୁର୍ଗା ମଂଚାସୀନ ଥିଲେ I କୁଇଜ଼, ଚିତ୍ରାଙ୍କନ, ବକୃତା, ବିତର୍କ, ପ୍ରବନ୍ଧ, ଫେନ୍ସି ଡ୍ରେସ ପ୍ରତିଯୋଗିତା କରି କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ପୁରସ୍କାର ବିତରଣ ଉତ୍ସବରେ ଏବିଇଓ ଶ୍ରୀମନ୍ତ ଧରୁଆ ମୁଖ୍ୟ ଅତିଥି, ପ୍ରଧାନ ଶିକ୍ଷକ ବୈକୁଣ୍ଠ ଜାଲ ମୁଖ୍ୟବକ୍ତା , ସଂଜୟ ପୁଝରି, ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ସମସ୍ତ ସିଆରସିସି ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ରହିଥିଲେ।ଏହି କାର୍ଯ୍ୟକ୍ରମ ଟି ସାନପୋଡାଗୁଡ଼ କ୍ଲଷ୍ଟର ର ପ୍ରଧାନ ଶିକ୍ଷକ, ସହ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଉଦ୍ୟମ ରେ ସଫଳ ହେଇଥିଲା. ଶିକ୍ଷକ ଅଜୟ ମାଝୀ ଏବଂ ସାନପୋଡ଼ଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମଳୟ ଭୋଇ ମଞ୍ଚ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ