Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉପାନ୍ତ ଅଞ୍ଚଳ କୁ ଫିଟିଲା ବିକାଶ ର ରାସ୍ତା, ତିନି ରାସ୍ତା ପାଇଁ ଭିତ୍ତି ପ୍ରସ୍ତର ଉଦଘାଟନ କଲେ ଧର୍ମଗଡ଼ ବିଧାୟକ।

କଳାହାଣ୍ଡି,୨୩/୧୧
ଦିନେ ଯେଉଁ ଅଞ୍ଚଳ କୁ ଗମନାଗମନ ପାଇଁ ରାସ୍ତା ନିର୍ମାଣ ଚିନ୍ତା ଦିବାସ୍ୱପ୍ନ ଥିଲା ତାହା ଆଜି ବାସ୍ତବତାର ରୂପ ନେଇଛି ଆଉ ଏହି ଅଞ୍ଚଳବାସୀ ଙ୍କୁ ବିକାଶ ର ରାସ୍ତା ଉପହାର ଦେଇଛନ୍ତି ବିଜେପି ରାଜ୍ୟ ସରକାର ଓ ତାଙ୍କ ନିର୍ବାଚିତ ଜନ ପ୍ରତିନିଧି।
କୋକସରା ବ୍ଲକ ର ଦୁର୍ଗମ ଓ ଉପାନ୍ତ ବଣ ଜଙ୍ଗଲ ଘେରା ଆମପାଣି ପଞ୍ଚାୟତ କଲୋନୀପଡା ରୁ ବିରିମୁହାଣ, କୁଟରୁ ରୁ ଗିରଳିମାଲ ଓ ଡୁଡୁକାଠେଙ୍ଗା ପଞ୍ଚାୟତ ଆରଡି ରାସ୍ତା ଠାରୁ କଚ୍ଛାରପଡା ରାସ୍ତା ପାଇଁ ରବିବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ,ବିଜେପି ନେତୃବୃନ୍ଦ, ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ବିକଶିତ ଓଡିଶା ର ବିକଶିତ ଗାଁ ପାଇଁ ନୂତନ ରାସ୍ତା ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ଉଦଘାଟନ କରିଛନ୍ତି। ଫଳରେ ଦଶନ୍ଧି ଦଶନ୍ଧି ଧରି ପକ୍କା ରାସ୍ତା ପାଇଁ ସ୍ୱପ୍ନ ଦେଖୁଥିବା ଅଞ୍ଚଳବାସୀ ଙ୍କ ଦୀର୍ଘବର୍ଷ ର ଦାବି ପୂରଣ ହୋଇଛି। ଏହି ଅବସରରେ କୁଟରୁ,ବିରିମୁହାଣ ଓ କଚ୍ଛାରପଡ଼ା ଠାରେ ୩ ରାସ୍ତା ର ଭିତ୍ତି ପ୍ରସ୍ତର ଉଦଘାଟନ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗଦେଇ ଉପାନ୍ତ ଅଞ୍ଚଳବାସୀ ଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ ତାହା ଆମ ସରକାର ପୂରଣ କରିଛନ୍ତି, ଏଥିପାଇଁ ସେ ରାଜ୍ୟ ସରକାର ତଥା କଳାହାଣ୍ଡି ସାଂସଦ ମାଲବିକା ଦେବୀ ଙ୍କୁ ଧନ୍ୟବାଦ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ପ୍ରଧାନୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ, ବିଜେପି ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ମଣ୍ଡଳ ପ୍ରଭାରୀ ଗଣେଶ ନନ୍ଦ, ଯୁବ ମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା, ବିଜେପି ନେତା ଅର୍ଜୁନ ଭାଟି, ସନ୍ତୋଷ ମାଝୀ, ଦୁର୍ଗା ପ୍ରଧାନୀ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ସୌଭାଗ୍ୟ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ସନ୍ତୋଷ ସାହୁ ଉପସ୍ଥିତ ଥିଲେ।ବିଜେପି ସରକାର ଉପାନ୍ତ ଅଞ୍ଚଳବାସୀ ଙ୍କ ଗମନାଗମନ ପାଇଁ ବିକାଶ ରାସ୍ତା ଖୋଲି ଦେଇଥିବାରୁ ଅଞ୍ଚଳ ର ଜନ ସାଧାରଣ ରାଜ୍ୟ ସରକାର ଓ ମାନନିୟା ସାଂସଦ,ଧର୍ମଗଡ଼ ବିଧାୟକ ଙ୍କୁ କୃତଜ୍ଞତା ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ