Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ଠାରେ ସମ୍ବିଧାନ ଦିବସ ପାଳନ ।

କଳାହାଣ୍ଡି,୨୬/୧୧
୭୭ ତମ ଭାରତୀୟ ଗଣତନ୍ତ୍ର ରାଷ୍ଟ୍ର ସମ୍ବିଧାନ ପ୍ରଣୟନ ଦିବସ ଅବସରରେ ଗୁରୁବାର କୋକସରା ବ୍ଲକ ଆମପାଣି ସ୍ଥିତ ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ମାଝୀ ଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ଦିବସ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟବକ୍ତା ଭାବେ ଲଡୁଗାଁ କଲେଜ ର ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡା ଯୋଗଦେଇ ଭାରତୀୟ ଗଣତାନ୍ତ୍ରିକ ରାଷ୍ଟ୍ର ର ସମ୍ବିଧାନର ପ୍ରଣେତା ବାବା ସାହେବ ଆମ୍ବେଦକର ଙ୍କ ସ୍ମୃତି ଚାରଣ କରିବା ସହ ସମ୍ବିଧାନ ରେ ନାଗରିକ ଙ୍କ ମୌଳିକ ଅଧିକାର ଓ କର୍ତ୍ତବ୍ୟ ନେଇ ଛାତ୍ରଛାତ୍ରୀ ଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଏହି ଅବସରରେ ଶିକ୍ଷକ ଭାଗ୍ୟବାନ ବାଗ ମଞ୍ଚ ସଂଯୋଜନା କରିଥିଲେ। ଅଧ୍ୟାପକ ଘନେନ୍ଦ୍ର ପୁଝାରି,ଶିକ୍ଷକ ସୁରଜ ତାଣ୍ଡି, ଲୋକନାଥ ରାଉତ, ନିରାକାର ବେଶ୍ରା, ଭାଗ୍ୟଶିନୀ ପଟେଲ, କ୍ଷମାନନ୍ଦ ତାଣ୍ଡି, ଜିତେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ