Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶରଦ ପୱାରଙ୍କୁ ହତ୍ୟା ଧମକ ଦେଇଥିବା ଆଇଟି ଇଞ୍ଜିନିୟର ଗିରଫ

ନୂଆଦିଲ୍ଲୀ: ଏନସିପି ମୁଖ୍ୟ ଶରଦ ପୱାରଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ। ହତ୍ୟା ଧମକ ଅଭିଯୋଗରେ ଜଣେ ୩୪ ବର୍ଷୀୟ ଆଇଟି ଇଞ୍ଜିନିୟର ଗିରଫ ହୋଇଛନ୍ତି। ସାଗର ବର୍ବେଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ । ପୱାରଙ୍କୁ ହତ୍ୟା ଧମକ ଦେବା ପରେ ଝିଅ ତଥା ସାଂସଦ ପ୍ରିୟା ସୁଲେ ମୁମ୍ବାଇ ପୁଲିସରେ ଏଫଆଇଆର ଏକ ମାମଲା ରୁଜୁ କରିଥିଲେ । ଏହାପରେ ତଦନ୍ତ ଆରମ୍ଭ କରିଥିଲେ ଉଭୟ ମୁମ୍ବାଇ ପୁଲିସ ଓ କ୍ରାଇମବ୍ରାଞ୍ଚ।

ଅଭିଯୁକ୍ତ ସାଗରଙ୍କୁ ଗିରଫ କରାଯାଇ ଜୁନ ୧୪ ତାରିଖ ଯାଏଁ ପୁଲିସ ହେପାଜତକୁ ପଠାଇଦିଆଯାଇଛି । ସୋସିଆଲ ମିଡିଆରେ ଅଭିଯୁକ୍ତ ସାଗର ଏନସିପି ମୁଖ୍ୟଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ସେ ଲେଖିଥିଲେ ଯେ, ‘ ଶରଦ ପୱାରଙ୍କର ଅବସ୍ଥା ନରେନ୍ଦ୍ର ଦାଭୋଲକରଙ୍କ ଭଳି କରିଦେବୁ’ । ନରେନ୍ଦ୍ର ଦାଭୋଲକ ମହାରାଷ୍ଟ୍ର ନିର୍ମୁଲନ୍ ସମିତିର ପ୍ରତିଷ୍ଠା କରିଥିଲେ । ତାଙ୍କୁ ୨୦୧୩ ଅଗଷ୍ଟ ୨୦ ତାରିଖରେ ଅତି ବିଭିତ୍ସ ଭାବେ ହତ୍ୟା କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ