Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ଉଡ଼ିପାରିବନି ଡ୍ରୋନ୍; ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ

ପୁରୀ: ଜୁନ୍‌ ୨୦ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଉତ୍ସବମୁଖର ଶ୍ରୀକ୍ଷେତ୍ର। ବଡଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳିନ। ସେଥିପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡା କରାଯାଇଛି। ତେବେ ପୁରୀ ସହରରେ ରଥଯାତ୍ରା ସମୟରେ ଡ୍ରୋନ୍‌ ଉହିବା ଉପରେ କଟକଣା ଜାରି କରାଯାଇଛି। ପୁରୀରେ ଉଡିବନି ଡ୍ରୋନ୍ । ଏନେଇ ସତର୍କ ସୂଚନା ଜାରି କରିଛି ଜିଲ୍ଲା ପ୍ରଶାସନ । ନିୟମ ଉଲ୍ଲଘଂନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି ।

ନବଯୌବନ ଦର୍ଶନ ଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଡ୍ରୋନ୍ ଉଡାଣ ଉପରେ କଟକଣା ଲଗାଇଛି ପୁରୀ ପୋଲିସ । ରେଡ ଜୋନରେ ଶ୍ରୀମନ୍ଦିର ରହିଥିବାରୁ ଡ଼୍ରୋନ୍ ଉଡ଼ାଇବାରେ କଟକଣା ଜାରି ହୋଇଛି। ତେବେ ଯଦି କେହି ନିୟମ ଉଲ୍ଲଘଂନ କରନ୍ତି ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories