Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ଶେଷ ରଥ ସମନ୍ୱୟ ବୈଠକ

ପୁରୀ: ଜୁନ୍‌ ୨୦ ରେ ପବିତ୍ର ତଥା ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଚୂଡାନ୍ତ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତୁତି। ରଥଯାତ୍ରା ଲାଗି ପୁରୀରେ ହୋଇଛି ବ୍ୟାପକ ପ୍ରସ୍ତୁତି। ତେବେ ରଥଯାତ୍ରା ପୂର୍ବରୁ ଆଜି ବସିବ ଶେଷ ରଥ ସମନ୍ୱୟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଆଜି ପୂର୍ବାହ୍ନ ସାଢେ ୧୧ଟାରେ ପୌରସଦନରେ ବୈଠକ ବସିବ ।

ଭର୍ଚୁଆଲ ମୋଡରେ ହେବ ବୈଠକ। ଭର୍ଚୁଆଲ ମୋଡରେ ବୈଠକ ପରିଚାଳନା କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ବିଭିନ୍ନ ବିଭାଗର ମନ୍ତ୍ରୀ ଏହି ବୈଠକରେ ଉପସ୍ଥିତ ରହିବେ । ସେବାୟତ ନିଯୋଗ ପ୍ରତିନିଧି, ପରିଚାଳନା କମିଟି ସଦସ୍ୟ ଏବଂ ବିଭିନ୍ନ ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ । ରଥଯାତ୍ରା ପରିଚାଳନା ନେଇ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ