Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣପୁର ଜିଲ୍ଲା ପଲସା ପାଲିରେ ଅଗ୍ନିକାଣ୍ଡ ଘଟି ୭ ଗାଇ ବାଛୁରି ଜୀବନ୍ତ ଦଗ୍ଧ

ସୁବର୍ଣ୍ଣପୁର- ପଲସାପାଲି ରେ ଅଗ୍ନିକାଣ୍ଡ ଘଟି ୭ଗାଈ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୩ଗାଈ ଗୁରୁତର ହୋଇଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାବୁପାଲି ପଂଚାୟତର ପଲସାପାଲି ଗାଁରେ ଥିବା ଏକ ଚାଷଜମିରେ କେହିଜଣେ ଦୁର୍ବୃତ୍ତ ନିଆଁ ଲଗେଇଥିଲା l ଫଳରେ ଚାରିଆଡେ ନିଆଁ ବ୍ୟାପି ଗାଁର ଚୈତନ୍ୟ ମେଲ୍ଲୀ ଏବଂ କୃପାମେଲ୍ଲୀ ଙ୍କ ଘରେ ନିଆଁ ଲାଗିଥିଲା l ନିଆଁ ର କରାଳ ଝାସ ରେ ଜୀବନ୍ତ ଦଗ୍ଧ ହେଲେ ୭ଗାଈ ବାଛୁରୀ ଓ ଜଳିଗଲା ପ୍ରାୟ ୪୦ପ୍ୟାକେଟ ଧାନ ଏବଂ ୪ବଖରା ଘର ସହ ଲକ୍ଷାଧିକ ତାଙ୍କର ସମ୍ପତ୍ତି ନଷ୍ଟ l ଖବର ପାଇ ଘଟଣା ସ୍ଥଳରେ ରାମପୁର ଅଗ୍ନିଶମ ବାହିନୀର କର୍ମକର୍ତା ନିଆଁ କୁ ଆୟତ୍ତ କରିବାରେ ସଫଳ ହୋଇଥିଲେ l ଘଟଣା ସ୍ଥଳକୁ ସରକାରୀ କର୍ମଚାରୀ ପହଂଚି କ୍ଷୟ କ୍ଷତିର ସଠିକ ଆକଳନକରି ଚୈତନ୍ୟ ଏବଂ କୃପାଙ୍କୁ ସରକାରୀ ସହାୟତା ଦେବା ଜରୁରୀ ହୋଇ ପଡିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ