ପାଣିପଞ୍ଚାୟତରେ ନିମ୍ନମାନର କାର୍ଯ୍ୟ ଅଭିଯୋଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କଲେ ଚାଷୀ


ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଫେରାଦ ହେଲେ ବିନିକା ବ୍ଲକ ହୁତୁମା ଗ୍ରାମର ଚାଷୀ । ହୁତୁମା ଗ୍ରାମର ଓଁ ନମ ଶିବାୟ ପାଣିପଚାଂୟତ ଓ ଗାୟତ୍ରୀ ପାଣୀ ପଚାଂୟତ ନାମରେ ଦୁଇଟି ପାଣି ପଚାଂୟତ ଗଠନ ହୋଇ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଥିଲା । ହେଲେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରୀକା ଯୋଗୁଁ ୪କେଜି ପାଇପ ବଦଳରେ ୨.୫ କେଜି ପାଇପ ବିଛାଯାଇଥିଲା । କିନ୍ତୁ ବାରମ୍ଭାର ଅଭିଯୋଗ କରିଥିଲେ ମଧ୍ୟ ଠିକାଦାର କର୍ଣ୍ଣପାତ କରିନଥିଲେ । ବର୍ତମାନ ମାଟି ପୋତି ଦବାରୁ ପାଇପ ସବୁ ନଷ୍ଟ ହୋଇଯାଉଛି । ଯହାଦ୍ୱାରା ଠିକଭାବରେ ଚାଷ କରିନପାରିି ହନ୍ତସନ୍ତ ହେଉଛନ୍ତି ଚାଷୀ । ଆଗକୁ ଖରିଫ ଚାଷ ଆରମ୍ଭ ହେବାକୁ ଥିବାରୁ ପାଇପ ସବୁ ବଦଳାଇ ୪କେଜି ପାଇପ ବିଛାଇବା ସହ ଠିକ ହିସାବରେ ଜଳ ଯୋଗାଣ କରିବାକୁ ଦାବୀ କରିଛନ୍ତି ଚାଷୀ । ଆଗକୁ ଏହି ସମସ୍ୟାର ଶିଘ୍ର ସମାଧାନ କରାନଯାଏ ତାହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଚାଷୀ ।