ଆମ୍ବଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର


ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜିଲ୍ଲା ପଧାନପାଲି ଗାଁ ନିକଟ ଆମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣା । ସୁଚନା ଅନୁସାରେ ଆଜି ସକାଳୁ ଜଣେ ଯୁବକଙ୍କ ମୃତ ଦେହ ଗାଁ ନିକଟରେ ଥିବା ଏକ ଆମ୍ବ ଗଛରେ ଝୁଲୁଥିଲା । କିଛି ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ବିରମହାରାଜପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତ ବ୍ୟକ୍ତି ଜଣକ ପଧାନପାଲି ଗାଁର ସୁବର୍ଣ୍ଣ ପଧାନ । ପୋଲିସ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିବାବେଳେ ମୃତ ଯୁବକଙ୍କ ସାର୍ଟ ପକେଟରୁ ଏକ ସୁଇସାଇଡ ନୋଟ ଜବତ କରିଛି ପୋଲିସ । ତେବେ ପାରିବାରିକ କଳହକୁ ନେଇ ଯୁବକ ଜଣକ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ସୁଚନା ପାଇଛି । ଅନ୍ୟପଟେ ମୃତକଙ୍କ ଭାଇ ଏହାର ସଠିକ ତଦନ୍ତ ପାଇଁ ଲିଖିତ ଅଭିଯୋଗ କରିଛନ୍ତି । ଝୁଲନ୍ତା ମୃତ ଦେହକୁ ଗଛରୁ ଉଦ୍ଧାର କରି ପୋଲିସ ପଞ୍ଚନାମା କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଏନେଇ ମୃତ ଯୁବକଙ୍କ ଭାଇ ଗୁପ୍ତେଶ୍ବର ପଧାନଙ୍କ ଲିଖିତ ଅଭିଯୋଗ ଅନୁଯାଇ ବିରମହାରାଜପୁର ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ପୋଲିସ ।