Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ; ଥରିଲା ଉତ୍ତର ଭାରତ

ନୂଆଦିଲ୍ଲୀ: ଦିଲ୍ଲୀ ଏନ୍‌ସିଆର୍‌ରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ। ଥରି ଉଠିଲା ଦିଲ୍ଲୀ ସମେତ ଉତ୍ତର ଭାରତ। ମଙ୍ଗଳବାର ଦିନ ୧.୩୦ ବେଳେ ପୂର୍ବ କାଶ୍ମୀରରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୪ ରହିଥିବା ସୂଚନା ମିଳିଛି। ଏହି ଭୂମିକମ୍ପ ପ୍ରାୟ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିବା କୁହାଯାଉଛି ।

ରିପୋର୍ଟ ଅନୁସାରେ, ଜାମ୍ମୁ-କାଶ୍ମୀର ଦୋଡ଼ା ଜିଲ୍ଲା ଗଣ୍ଡୋହ ଭାଲେସା ଗାଁରୁ ୧୮ କିମି ଦୂରରେ ଭୂମିକମ୍ପ କେନ୍ଦ୍ରୀଭୂତ ହୋଇଛି। ଏହାର ଗଭୀରତା ୩୦ କିମି ରହିଥିବା ଜଣାପଡ଼ିଛି। ଏହି ଶକ୍ତିଶାଳୀ ଭୂମିକମ୍ପରେ ଥରି ଉଠିଛି ଦିଲ୍ଲୀ ଜମ୍ମୁକାଶ୍ମୀର ସମେତ ଚଣ୍ଡୀଗଡ଼ର ଆଖାପାଖ ଅଞ୍ଚଳ। ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳି ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ