ରଥଯାତ୍ରା ଶେଷ ସମନ୍ୱୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ଭକ୍ତ ଭଲ ଅନୁଭୂତି ନେଇ ଫେରିବେ, ଠିକ ସମୟରେ ହେବ ମହାପ୍ରଭୁଙ୍କ ନୀତି


ପୁରୀ: ଆଉ କେଇଟା ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ବଡଦାଣ୍ଡକୁ ଓହ୍ଲେଇବେ କଳା ସାଆନ୍ତ। ରଥଯାତ୍ରା ଲାଗି ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ରଥଯାତ୍ରା ନେଇ ଥିଲା ଶେଷ ସମନ୍ୱୟ ବୈଠକ। ଏହି ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଏହି ସମନ୍ୱୟ ବୈଠକରେ ଯୋଗ ଦେଇଥଇଲେ। ବୈଠକରେ ରଥଯାତ୍ରାକୁ ସୁରୁଖୁରରେ ପରିଚାଳନା କରିବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ସମସ୍ତ ବିଭାଗ ମିଳିମିଶି କାମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଥର ରଥଯାତ୍ରାରେ ଠିକ୍ ସମୟରେ ମହାପ୍ରଭୁଙ୍କ ନୀତି ପାଳନ ସହ ପୁରୀକୁ ଆସୁଥିବା ଭକ୍ତ ମାନଙ୍କ ସୁରକ୍ଷା ଓ ଅନ୍ୟାନ୍ୟ ସୁବିଧା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଦରକାର । ଏପରିକି ଦେଶ ବିଦେଶରୁ ଆସୁଥିବା ଭକ୍ତ ମାନେ ଯେପରି ଭଲ ଅନୁଭୂତି ନେଇ ଫେରିବେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯିବା ଉଚିତ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ତେବେ ଏଥର ରଥଯାତ୍ରା ଲାଗି ୧୬୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଜୁନ୍ ୨୦ରେ ଅନୁଷ୍ଠିତ ହେବ ବିଶ୍ବପ୍ରସିଦ୍ଧ ରଥଯାତ୍ରା।