Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସରକାରୀ କର୍ମଚାରୀଙ୍କ ରଜ ଛୁଟି ବାତିଲ, କର୍ମଚାରୀଙ୍କ ମହଲରେ ଅସନ୍ତୋଷ

ଗଞ୍ଜାମ ଜିଲ୍ଲାରେ ସହରାଞ୍ଚଳ ସରକାରୀ କର୍ମଚାରୀଙ୍କ ରଜ ଛୁଟି ବାତିଲ୍; କର୍ମାଚାରୀ ମହଲରେ ଅସନ୍ତୋଷ
ବେଲଗୁଣ୍ଠା, 13/06, ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଏ I କିନ୍ତୁ ବିଭିନ୍ନ ବିଭାଗରେ ସରକାରୀ ଚାକିରୀ କରୁଥିବା ସବୁ ପର୍ବରେ ନିଜ ପରିବାର ସହିତ ରହିପାରୁନଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦିଷ୍ଟ କିଛି ପର୍ବରେ ସରକାରୀ କର୍ମଚାରୀଙ୍କୁ ଛୁଟି ପ୍ରଦାନ କରାଯାଇଥାଏ I ସରକାରୀ କର୍ମଚାରୀମାନେ ମଧ୍ୟ ବର୍ଷସାରା ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ସେମାନେ ଏହି ନିର୍ଦ୍ଦିଷ୍ଟ ପର୍ବପର୍ବାଣୀର ଛୁଟିକୁ ଚାହିଁ ବସିଥାନ୍ତି I ମନରେ ଆଶା ବାନ୍ଧିଥାନ୍ତି ଛୁଟି ଦିନଟିକୁ ପରିବାର ସହ ବିତାଇ ପର୍ବପର୍ବାଣୀକୁ ଉପଭୋଗ କରିବା ପାଇଁ I କିନ୍ତୁ ବହୁ ସମୟରେ ଦେଖା ଯାଉଛି ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀଙ୍କ ଭାଗ୍ୟରେ ସରକାରୀ ଛୁଟି ପ୍ରାୟ ଜୁଟେ ନାହିଁ I ଗଞ୍ଜାମ ଜିଲ୍ଲାରେ ବର୍ଷର ବିଭିନ୍ନ ସମୟରେ ବିଭିନ୍ନ ଆଳ ଦେଖାଇ ଜିଲ୍ଳା ପ୍ରଶାସନ ତରଫରୁ ସରକାରୀ ଛୁଟି ବାତିଲ୍ କରାଯାଇ ସରକାରୀ କର୍ମଚାରୀଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଉଥିବା ଅଭିଯୋଗ ହେଉଛି I ବିଭିନ୍ନ ପର୍ବ ମଧ୍ୟରୁ ରଜ ପର୍ବ ଓଡ଼ିଶାର ଏକ ଅନନ୍ୟ ପର୍ବ I ଏହି ପର୍ବରେ ସରକାରୀ କର୍ମଚାରୀଙ୍କୁ ଦୁଇରୁ ତିନି ଦିନ ପ୍ରଦାନ କରାଯାଉଥିବା ବେଳେ ଉଭୟ ମହିଳା ଏବଂ ପୁରୁଷ କର୍ମଚାରୀ ଏହି ଛୁଟିଟିକୁ ଚାହିଁ ବସିବା ସହ ପରିବାର ସହ ବିତାଇବା ପାଇଁ ସ୍ଵତନ୍ତ୍ର ଯୋଜନା କରିଥାନ୍ତି I କିନ୍ତୁ ଚଳିତ ବର୍ଷ ଗଞ୍ଜାମ ଜିଲ୍ଳା ପ୍ରଶାସନ ତରଫରୁ କର୍ମଚାରୀ ମାନଙ୍କର ଦୁଇ ଦିନିଆ ରଜ ଛୁଟିକୁ ବାତିଲ୍ କରାଯାଇଛି I ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହିତାଧିକାରୀଙ୍କୁ ମଧୁବାବୁ ପେନସନ ବଣ୍ଟନ କରାଯାଉଥିବାରୁ ଏହାର ଆଳ ଦେଖାଇ କର୍ମଚାରୀ ମାନଙ୍କର ଜୁନ୍ 14 ଏବଂ ଜୁନ୍ 15 ତାରିଖର ଛୁଟି ବାତିଲ୍ କରାଯାଇଛି I ଏନେଇ ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ ଜୁନ୍ ତେର ତାରିଖରେ ପତ୍ରାଙ୍କ 1277 ଜରିଆରେ ଛୁଟି ବାତିଲ୍ ନିର୍ଦ୍ଦେଶନାମା ଜାରି କରିଛନ୍ତି I ଅନ୍ୟପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସକାଳ ଏଗାରଟା ପରେ ଘରୁ ନବାହାରିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଥିବା ଗଂଜାମ ଜିଲ୍ଲାରେ କିନ୍ତୁ ସରକାରୀ କର୍ମଚାରୀ ମାନେ ଦିନ ବାରଟା ଗୋଟାଏରେ ମଧ୍ୟ ଘରକୁ ଘର ବୁଲି ଭତ୍ତା ଟଙ୍କା ବଣ୍ଟନ କରିବାର ଦୃଶ୍ୟ ଦେଖିବାକୁ ମିଳିଛି I କିନ୍ତୁ ବଡ଼ ଲୋକଙ୍କୁ ଉତ୍ତର ନଥିବା ଭଳି ଏହି କର୍ମଚାରୀମାନେ ମନେ ମନେ ଅଶାନ୍ତିରେ କୁହୁଳୁ ଥିଲେ ମଧ୍ୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ନପାରି ଉଦୁଉଦିଆ ଖରାବେଳେ ମଧ୍ୟ ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି I କିଛି ସ୍ଥାନରେ ମଧ୍ୟ ପ୍ରଶାସନର ଏହି ମନମୁଖୀ କାର୍ଯ୍ୟପାଇଁ କର୍ମଚାରୀ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି I